ପ୍ରେମିକଙ୍କୁ ବି ଭାଗ ବାଣ୍ଟିବେ ଏହି ଦୁଇ ଯାଁଆଳା ଭଉଣୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ପ୍ରେମିକଙ୍କୁ ବି ଭାଗ ବାଣ୍ଟିବେ ଏହି ଦୁଇ ଯାଁଆଳା ଭଉଣୀ!

ପର୍ଥ: ବିଶ୍ୱର ସବୁଠାରୁ ଏକାଭଳି ଦେଖାଯାଉଥିବା ଦୁଇ ଯାଁଆଳା ଭଉଣୀ ଏକାଭଳି ଦେଖାଯାଆନ୍ତି ଏବଂ ପୋଷାକ ମଧ୍ୟ ସମାନ ପିନ୍ଧୁଥିବାବେଳେ ଏବେ ସମାନ ପ୍ରେମିକଙ୍କୁ ବିବାହ କରିବାକୁ ଇଚ୍ଛୁକ ବୋଲି ଜଣାଯାଇଛି। କିନ୍ତୁ ଆଇନ ସେମାନଙ୍କୁ ଏପରି କରିବାରୁ ରୋକୁଛି।

ଅଷ୍ଟ୍ରେଲିଆ ପର୍ଥର ଏହି ଦୁଇ ଭଉଣୀ ଆନ୍ନା ଏବଂ ଲୁସି ଡି’ସିଙ୍କ୍ ବେନ୍‌ ବିର୍ଣ୍ଣ ନାମକ ଜଣେ ମେକାନିକ୍‌ଙ୍କୁ ୨୦୧୨ ମସିହାରେ ଡେଟିଂ କରୁଛନ୍ତି। କିନ୍ତୁ ବିବାହର ଔପଚାରିକତା ଏଯାଏ ବାକି ରହିଛି। ଅଷ୍ଟ୍ରେଲିଆ ବିବାହ ଆଇନ ୧୯୬୧ରେ ବହୁବିବାହକୁ ନିଷିଦ୍ଧ କରାଯାଇଥିବାରୁ ଏହା ସମ୍ଭବ ହୋଇପାରୁନାହିଁ।

ଆରମ୍ଭରୁ ସେମାନେ ସମାନ ଭଳି ଦିଶୁଥିଲେ ମଧ୍ୟ ଅଧିକ ମାତ୍ରାରେ ସମାନ ଦେଖାଯିବାପାଇଁ ୨,୫୦,୦୦୦ ଡଲାର ଖର୍ଚ୍ଚରେ ପ୍ଲାଷ୍ଟିକ୍‌ ସର୍ଜରୀ ମଧ୍ୟ କରାଇଛନ୍ତି। ଏପରି ସର୍ଜରୀ ପାଇଁ ହିଁ ପ୍ରଥମେ ସେମାନେ ଚର୍ଚ୍ଚାକୁ ଆସିଥିଲେ ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ପାଇଁ ମହଙ୍ଗା ସୃଷ୍ଟି କରିଛି। କାରଣ ଉଭୟ ଏବେ ପ୍ଲାଷ୍ଟିକ୍‌ ସୁନ୍ଦରୀ ଭଳି ଦିଶୁଛନ୍ତି।

ଏହି ପ୍ରସଙ୍ଗରେ ଆନ୍ନା କହିଛନ୍ତି, “ଆମେ ଯଦି ଆଇନ ଏବଂ ସରକାରଙ୍କୁ ବଦଳାଇପାରିବୁ ଆମେ ବେନ୍‌ଙ୍କୁ ହିଁ ବିବାହ କରିବାକୁ ଚାହିଁବୁ।  ଆମେ ପ୍ରାପ୍ତ ବୟସ୍କ ନା?”



from Odisha Reporter http://bit.ly/2BIo83b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages