
ଭଦୋଦରା:ନବବର୍ଷ ଉପଲକ୍ଷେ ମହିଳା ଓ ଯୁବତୀମାନଙ୍କୁ ଛୋଟ ଡ୍ରେସ୍ ପିନ୍ଧିବା ମନା। ମହିଳାଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଏମିତି ଏକ ପରାମର୍ଷଭିତ୍ତିକ ଗାଇଡ୍ଲାଇନ୍ ଜାରି କରିଛି ଗୁଜରାଟର ପୁଲିସ ଅଧିକାରୀ ଜାରି କରିଛନ୍ତି। ସେହିପରି ଛୋଟ ପିଲା ଏବଂ ସମାଜ ଉପରେ ଖରାପ ପ୍ରଭାବ ପଡ଼ିଲା ଭଳି ଲୋକେ କୌଣସି କାମ କରନ୍ତୁ ନାହିଁ ବୋଲି ପରାମର୍ଷ ଦିଆଯାଇଛି।
ଭଦୋଦରା ପୁଲିସ କମିଶନର ଅନୁପମ ସିଂହ ଘାଲୌଟ୍ଙ୍କ ଦସ୍ତଖତ ସମ୍ବଳିତ ଏହି ପରାମର୍ଷ ଭିତ୍ତିକ ବିଜ୍ଞପ୍ତିରେ ଆହୁରୀ ଅନେକ କିଛି କୁହାଯାଇଛି। ବିଶେଷ କରି ଦ୍ରୁତଗତି ଗାଡ଼ି ନଚଳାଇବା, ମଦ୍ୟପାନ କରି ରାଉଡ଼ି ବ୍ୟବହାର ନକରିବା ପାଇଁ କୁହାଯାଇଛି। ସେଥିରେ କୁହାଯାଇଛି ଯେ, ପ୍ରତିବର୍ଷ ନବବର୍ଷକୁ ସ୍ୱାଗତ କରିବା ବାହାନାରେ ଡିସେମ୍ବର ୩୧ ତାରିଖ ରାତିରେ ଅସାମାଜିକ ଗୋଷ୍ଠୀମାନେ ଯାବତୀୟ କାର୍ଯ୍ୟକ୍ରମ କରି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି।
ବିଶେଷ କରି ସର୍ବସମ୍ମୁଖ କିମ୍ବା ପାର୍ଟିରେ ଅଙ୍ଗପ୍ରଦର୍ଶନ କରି ଉଦଣ୍ଡ ନୃତ୍ୟ କରାଯାଉଥିବାରୁ ଏହା ଛୋଟ ପିଲା ଓ ସମାଜ ଉପରେ ନକରାତ୍ମ ପ୍ରଭାବ ପକାଇଥାଏ। ତେଣୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କୁହାଯାଇଛି। ସେହିପରି ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବଜାଇବା ଓ ଆତସବାଜି ଫୁଟାଇବା ଉପରେ ମଧ୍ୟ ବାରଣ କରାଯାଇଛି।
from Odisha Reporter http://bit.ly/2QPmPtq
No comments:
Post a Comment