ଲାଲୁଙ୍କୁ ମିଳିଲା ଜାମିନ୍‌, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଲାଲୁଙ୍କୁ ମିଳିଲା ଜାମିନ୍‌, କିନ୍ତୁ…

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ତେବେ ଏହି ଅନ୍ତରୀଣ ଜାମିନ୍‌ ଲାଲୁଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ନୁହେଁ, ବରଂ ଆଇଆରସିଟିସି ସ୍କାମ ଘଟଣାରେ ମିଳିଛି। ଅର୍ଥାତ ସେ ପୂର୍ବଭଳି ଜେଲ୍‌ରେ ହିଁ ରହିବେ।

ଆଇଆରସିଟିସି ସ୍କାମର ତଦନ୍ତ ଉଭୟ ସିବିଆଇ ଏବଂ ଇଡି କରୁଛି। ଏହି ଘଟଣାରେ ସେମାନେ ଲାଲୁଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ତେବେ ଏହି ଗିରଫଦାରୀ ବିରୋଧରେ ଲାଲୁଙ୍କ ଓକିଲ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଜାନୁଆରୀ ୧୯ ଯାଏ ସିବିଆଇ କିମ୍ବା ଇଡି ଆଇଆରସିଟିସି ଦୁର୍ନୀତି ଘଟଣାରେ ଲାଲୁଙ୍କୁ ଗିରଫ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଅନ୍ତରୀଣ ଜାମିନ ଦେବା ବେଳେ ଲାଲୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବର୍ତ୍ତମାନ ରାଞ୍ଚି ଜେଲ୍‌ରେ ବନ୍ଦୀ ଥିବା ଲାଲୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦିଲ୍ଲୀ ଆସିପାରି ନଥିଲେ। ଏଥିସହ କୋର୍ଟ ଉଭୟ ସିବିଆଇ ଏବଂ ଇଡିକୁ କୋର୍ଟ ଲାଲୁ ଆବେଦନ କରିଥିବା ନିୟମିତ ବେଲ୍‌ ସମ୍ପର୍କରେ ଜବାବ ଦାଖଲ କରିବାକୁ କହିଛନ୍ତି।

ଲାଲୁ ରେଳମନ୍ତ୍ରୀ ଥିବା ବେଳେ ରେଲୱେର ଦୁଇଟି ହୋଟେଲର ରକ୍ଷଣାବେକ୍ଷଣ ଦାୟିତ୍ୱ ବେଆଇନ୍‌ ଭାବେ ଘରୋଇ ଫାର୍ମକୁ ଦେଇଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2LrMy5q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages