
ନୂଆଦିଲ୍ଲୀ: ବଜାଜ୍ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ V15 2019 ଏଡ଼ିସନ୍ ଲଞ୍ଚ କରାଯାଇଛି। ବଜାଜ୍ V15 Power Up ଭ୍ୟାରିଆଣ୍ଟ ମୂଲ୍ୟ ୬୫,୭୦୦ ଟଙ୍କା(ଏକ୍ସ ସୋରୁମ୍ ପ୍ରାଇସ୍)ରୁ ଆରମ୍ଭ ହେଉଛି। ଏହି ବାଇକ୍ରେ ବଡି ଗ୍ରାଫିକ୍ସକୁ ଆକର୍ଷଣୀୟ କରାଯାଇଛି। ଏହାର ପିଲିୟନ୍ ବ୍ୟାକ୍ରେଷ୍ଟକୁ ମଧ୍ୟ ମଜଭୁତ୍ କରାଯାଇଛି। ତେବେ ଏହା ୧୫୦ସିସି ବିଶିଷ୍ଟ ବାଇକ୍ ହୋଇଥିବା ବେଳେ ଏଥିରେ ଏବିଏସ୍ ଫିଚର ଦିଆଯାଇ ନାହିଁ।
ନୂତନ ସରକାରୀ ନିୟମ ଅନୁଯାୟୀ ୧୫୦ ସିସି ଏବଂ ଏହାଠାରୁ ଅଧିକ ଥିବା ସିସି ଗାଡ଼ିରେ ୨୦୧୯ ଏପ୍ରିଲ ସୁଦ୍ଧା ସିଙ୍ଗିଲ ଚେନାଲ ଏବିସି ସିଷ୍ଟମ ରହିବା ଜରୁରୀ।
ଲଙ୍ଗ ଡ୍ରାଇଭ୍ ପାଇଁ ଏହି ବାଇକ୍ଟି ବେଶ୍ ପସନ୍ଦଯୋଗ୍ୟ। ଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ ଏଥିରେ 149.5cc ଏୟାର-କୁଲଡ୍ ଇଞ୍ଜିନ୍, 12.8bhpର ପାୱାର୍ ଏବଂ 13Nm ପିକ୍ ଟର୍କ୍ୟୁ ଜେନେରେଟ୍ କରିବାର କ୍ଷମତା ରହିଛି। ଏହି ଇଞ୍ଜିନ୍ ସହିତ ୫-ସ୍ପୀଡ୍ ଗିଅର ବକ୍ସ ଦିଆଯାଇଛି। ଷ୍ଟାଇଲିସ୍ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି। ଯାହା ଆପଣଙ୍କୁ ବେଶ୍ ପସନ୍ଦ ଆସିବ।
from Odisha Reporter https://ift.tt/2EzURdO
No comments:
Post a Comment