ଦାନା ବାନ୍ଧୁଛି ବାତ୍ୟା, ଉଗ୍ର ରୂପ ନେଇ ସ୍ଥଳ ଭାଗ ଛୁଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଦାନା ବାନ୍ଧୁଛି ବାତ୍ୟା, ଉଗ୍ର ରୂପ ନେଇ ସ୍ଥଳ ଭାଗ ଛୁଇଁବ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୧୦୪୦ ଓ ମାଛଲିପଟନମ୍‌ଠାରୁ ୧୨୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ। ସେହିପରି ସମୁଦ୍ର ମଧ୍ୟରେ ହିଁ ଏହା ଶକ୍ତି ସଂଗ୍ରହ କରି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହାପରେ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦଗିରେ ଗତି କରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଛୁଇଁବ।

ସ୍ଥଳ ଭାଗ ଛୁଇଁବା ବେଳେ ପବନର ଘଣ୍ଟା ପ୍ରତି ବେଗ ୯୫ରୁ ୧୦୫ କିମି ରହିବା ସହ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ବାତ୍ୟାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଏବଂ ପବନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି।

୧୬ ଓ ୧୭ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଚାଷୀଙ୍କୁ କଟା ଯାଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ଅବପାତ ଏବଂ ଗଭୀର ଅବପାତ ପ୍ରଭାବରେ ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ୧୪ ତାରିଖ ରାତିରେ ଗଭୀର ଅବପାତ ଘୂର୍ଣ୍ଣି ଝଡ଼ରେ ପରିଣତ ହେବ।

ଏହି ସମୟରେ ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ଘଣ୍ଟା ପ୍ରତି ବେଗ ୬୫ରୁ ୭୫ କିମି ରହିବ। ତେବେ ବର୍ଷାର ପରିମାଣ ଆସନ୍ତାକାଲିଠାରୁ ବଢ଼ିବ। ଘୂର୍ଣ୍ଣି ଝଡ଼ ଭୀଷଣ ବାତ୍ୟାର ରୂପ ନେବା ପରେ ଧୀରେଧୀର ପବନର ଓ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୫ ତାରିଖରେ ଉପକୂଳ ଆନ୍ଧ୍ର ଓ ଉତ୍ତର ତାମିଲନାଡୁରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ସେହିପରି ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବ। ରବିବାର ରାତି କିମ୍ବା ସୋମବାର ସକାଳେ ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୫ରୁ ୧୦୫ ଏବଂ ବେଳେବେଳେ ୧୧୫ କିମି ହୋଇପାରେ।

ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪ ଦିନ ଯାଏ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିପରି ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2SKlKzK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages