ମାର୍କେଟ୍‌ କମ୍ପ୍ଲେକ୍ସରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ମାର୍କେଟ୍‌ କମ୍ପ୍ଲେକ୍ସରେ ଲାଗିଗଲା ନିଆଁ

shop

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ରୋଷଛକ ସ୍ଥିତ ସ୍ୱାଇଁ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ୱିତ ରାତିରେ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଚିନ୍ତାମଣି ବାରିକଙ୍କ ସେଲୁନ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଆଉ ତିନିଟି ଦୋକାନକୁ ବ୍ୟାପୀ ଯାଇଥିଲା।

ଚିନ୍ତାମଣି ବାରିକଙ୍କ ସେଲୁନ୍‌ ସହିତ ପାଖରେ ଥିବା ଷ୍ଟେସ୍‌ନାରୀ, ଲେଡିଜ୍‌କର୍ଣ୍ଣର ଓ ମିଠା ଦୋକାନରେ ନିଆଁ ଲାଗି ଯାଇଥିଲା। ଷ୍ଟେସ୍‌ନାରୀ ଓ ଲେଡିଜ୍‌କର୍ଣ୍ଣର ଦୋକାନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଖବର ପାଇ ସୋର ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।



from Odisha Reporter https://ift.tt/2QSjPMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages