
ନୂଆଦିଲ୍ଲୀ: ନୂଆବର୍ଷ ୨୦୧୯କୁ ପ୍ରଥମେ ସ୍ୱାଗତ କରିଥିଲା ନ୍ୟୁଜିଲାଣ୍ଡ। ନ୍ୟୁ ଇୟର୍ ସେଲିବ୍ରେସନ ପାଇଁ ଅକଲାଣ୍ଡର ସ୍କାଏ ଟାଓ୍ୱାରରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା।
ସବୁଥର ଭଳି ଏଥର ବି ନୂଆବର୍ଷକୁ ଉଚ୍ଛସିତ ଭାବେ ସ୍ୱାଗତ କରାଯାଇଥିଲା। ଅକଲାଣ୍ଡର ସ୍କାଏ ଟାଓ୍ୱାରକୁ ରଙ୍ଗୀନ ଆଲୋକ ମାଳାରେ ସୁନ୍ଦର ଭାବେ ସଜା ଯାଇଥିଲା। ତା’ ସାଙ୍ଗକୁ ରଙ୍ଗୀନ ଆତସବାଜିରେ ଆକାଶ ହୋଇଥିଲା ରଙ୍ଗୀନ।
ଅଷ୍ଟ୍ରେଲିଆ ମଧ୍ୟ ବେଶ୍ ଉତ୍ସାହର ସହିତ ନୂଆବର୍ଷକୁ ସ୍ୱାଗତ କରାଯାଇଛି। ଘଣ୍ଟା କଣ୍ଟା ମଧ୍ୟରାତ୍ର ପାର୍ କରିବା ମାତ୍ରେ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଥିଲା ଅଷ୍ଟ୍ରେଲିଆ। ସିଡନିରେ ବଡ଼ ଧରଣର ଆତଶବାଜି କରାଯାଇଥିଲା।
କେବଳ ଏହି ଦୁଇ ଦେଶ ନୁହେଁ ପୂରା ବିଶ୍ୱ ନୂଆବର୍ଷକୁ ଭବ୍ୟ ସ୍ୱାଗତ ଜଣାଇଛି। ଭାରତରେ ମଧ୍ୟ ନୂଆବର୍ଷର ଧୂନ୍ ଦେଖିବାକୁ ମିଳିଥିଲା। ରାତି ୧୨ଟା ପରେ ଲୋକେ ନାଚି ଗାଇ ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ।
from Odisha Reporter http://bit.ly/2Qi6vwt
No comments:
Post a Comment