
ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ନିକଟରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସଦାନନ୍ଦ ଓରଫ୍ ବାହାନ ଲେଙ୍କା (୫୦)। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆସିକା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗତକାଲି ରାତିରେ ବାହାନ ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଆସିକାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ମାରିବା ପରେ ଫେରାର ହୋଇଯାଇଥିଲେ। ବାହାନଙ୍କ ମୁଣ୍ଡ ଓ ଆଖିରେ ଗୁଳି ବାଜିଥିଲା।
ବାହାନ ହେଉଛନ୍ତି ଆସିକା ବ୍ଲକ୍ ଖାରିଆ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ଭାଇ।
ରାଜନୈତିକ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2VmAK95
No comments:
Post a Comment