
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି)ର ଧର୍ମଘଟ ଯୋଗୁ ଆଜି ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତତକ୍ଷଣାତ୍ ଦରମା ସଂଶୋଧନ ଓ ବ୍ୟାଙ୍କ ମିଶ୍ରଣ ବିରୋଧରେ ଏଆଇବିଓସି ଧର୍ମଘଟ ଡାକରା ଦେଇଛି।
ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ଏଆଇବିଓସି ବିରୋଧ କରୁଛି। ଏହାସହ ସ୍କେଲ୍ ୧ କର୍ମଚାରୀଙ୍କଠାରୁ ସ୍କେଲ୍ ୭ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଦାବିରେ ଏହି ଧର୍ମଘଟ ଡକରା ଦିଆଯାଇଛି।
ଅନ୍ୟପଟେ ଆସନ୍ତା ୨୬ ତାରିଖରେ ଅନ୍ୟ ଏକ ବ୍ୟାଙ୍କ ୟୁନିଅନ- ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ’ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଯୋଗୁ ବି ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ। ତେଣୁ ଶୁକ୍ରବାର ଠାରୁ ବୁଧବାର ପର୍ଯ୍ୟନ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିବ। ମଝିରେ କେବଳ ସୋମବାର ବ୍ୟାଙ୍କ ଖୋଲା ରହିବ।
ଶୁକ୍ରବାର ଧର୍ମଘଟ ପାଇଁ ବ୍ୟାଙ୍କ କାମ ବନ୍ଦ ରହୁଥିବା ବେଳେ ଚତୁର୍ଥ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିବ। କେବଳ ସୋମବାର ବ୍ୟାଙ୍କ କାମ ହେବ। ଏହା ପରେ ମଙ୍ଗଳବାର ଖ୍ରୀଷ୍ଟ ମାସ ଛୁଟି ଓ ବୁଧବାର ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନସ୍ ପକ୍ଷରୁ ଧର୍ମଘଟ ଯୋଗୁ ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ତେବେ ଘରୋଇ ବ୍ୟାଙ୍କଗୁଡ଼ିକରେ ଆଜି, ସୋମବାର ଓ ବୁଧବାର ସ୍ୱାଭାବିକ ଭାବେ କାମ ଚାଲିବ।
ଲଗାତର ଏତେ ଦିନ ଧର ବ୍ୟାଙ୍କ ବନ୍ଦ ରହୁଥିବାରୁ ଟଙ୍କା ନେଣଦେଣରେ ଗ୍ରାହକ ଅସୁବଧାର ସମ୍ମୁଖୀନ ହେବେ। ଏଟିଏମ୍ ଗୁଡ଼ିକରେ ଟଙ୍କା ଅଭାବ ମଧ୍ୟ ଦେଖାଦେବା ଆଶଙ୍କା ରହିଛି।
ଆହୁରି ପଢ଼ନ୍ତୁ- ନୂଆବର୍ଷ ପୂର୍ବରୁ ୫ଦିନ ବନ୍ଦ ରହିପାରେ ବ୍ୟାଙ୍କ; ଟଙ୍କା ଉଠାଇ ପାଖରେ ରଖିନିଅନ୍ତୁ
from Odisha Reporter http://bit.ly/2QHIG68
No comments:
Post a Comment