
କାଠମାଣ୍ଡୁ:ପ୍ରଥମ ଥରପାଇଁ ନେପାଳର କାସିକି ଜିଲ୍ଲା କୋର୍ଟ ଜଣେ ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅପରାଧରେ ଜଣେ ୨୭ ବର୍ଷ ବୟସ୍କ ଯୁବକଙ୍କୁ ଏହି ଦଣ୍ଡ ମିଳିଛି।
ଜଷ୍ଟିସ୍ ଯୋଗେନ୍ଦ୍ର ପ୍ରସାଦ ଶାହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଅକ୍ଟୋବର ୮ ତାରିଖଏହି ମାମଲା ରୁଜୁ ହୋଇଥିଲା। ଅପରାଧିକ ଆଇନ ୨୦୧୭ ଆଧାରରେ ଏହି ରାୟ ଦିଆଯାଇଥିଲା। ଏହି ଆଇନର ଧାରା ୪୧ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଏପରି ଦୁଷ୍କର୍ମକାରୀ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିବ।
ସେପ୍ଟେମ୍ବର ୨୩ ତାରିଖରେ ଏହି ନାବାଳିକା ଜଣକ ତା’ର ଅଜାଙ୍କ ଘର ନିକଟରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତା’ର ବେକ, ମୁଣ୍ଡ ଏବଂ ତଳିପେଟରେ କ୍ଷତ ଚିହ୍ନ ରହିଥିଲା। ଦୋଷୀ ମଦ ଓ ଅନ୍ୟ ନିଶା ପ୍ରଭାବରେ ଏପରି କରିଥିବା ଦାବି କରିଥିଲା।
from Odisha Reporter http://bit.ly/2Gz53pM
No comments:
Post a Comment