
ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ୍ ଜଣେ ଠିକାଦାରଙ୍କୁ ଗିରଫ କରିଛି। ତାଙ୍କ ନାଁ ମୁରଲୀ କ୍ରିଷ୍ଣା।
ନାରାୟଣପାଟଣା ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ମୁରଲୀ ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ ହୋଇଥିଲା।
ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗରେ ମୁରଲୀ ଗିରଫ ହୋଇଥିଲେ।
ଲକ୍ଷ୍ମୀପୁର ଏସ୍ଡିପିଓ ତପନ ନାରାୟଣ ରଥ କହିଛନ୍ତି,“ମୁରଲୀ ନକ୍ସଲଙ୍କ ପାଇଁ ଦୁଇ ଜଣ ଠିକାଦାରଙ୍କଠାରୁ ୩୦ ଲକ୍ଷ ଟଙ୍କା ମାଗିଥିଲେ। ଯଦି ଦୁଇ ଜଣ ଠିକାଦାର ଟଙ୍କା ନ ଦିଅନ୍ତି, ତାହାହେଲେ ତାଙ୍କ ପରିବାର ଧ୍ୱଂସ କରିଦେବା ସହ ତାଙ୍କର ଦୁଇ ଭାଇଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ଧମକ ଦେଇଥିଲେ। ଏନେଇ ଠିକାଦାର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ମୁରଲୀଙ୍କୁ ଗିରଫ କରାଯାଇଛି।”
from Odisha Reporter https://ift.tt/2L79TJk
No comments:
Post a Comment