
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଉ ମାତ୍ର କିଛି ଦିନର ଅପେକ୍ଷା। ୨୦୧୮ କ୍ୟାଲେଣ୍ଡର୍ ପୃଷ୍ଠାରୁ ବିଦାୟ ନେବ ଏବଂ ପାଦ ଥାପିବ ନୂଆ ବର୍ଷ ୨୦୧୯। ତେବେ ସରି ଯିବାକୁ ବସିଥିବା ଏହି ୨୦୧୮ରେ ଆମ ଦେଶର ଏପରି କିଛି ବ୍ୟକ୍ତିତ୍ୱ, ସାହସ ଓ ଆତ୍ମବିଶ୍ୱାସର ଯେଉଁ ନିଆରା ଉଦାହରଣ ରଖିଛନ୍ତି, ତାହା ଅନ୍ୟମାନଙ୍କୁ ୨୦୧୯ର ସମ୍ଭାବ୍ୟ ସାମାଜିକ ଚ୍ୟାଲେଞ୍ଜ୍କୁ ଦୃଢତାର ସହ ମୁକାବିଲା କରିବାରେ ନିଶ୍ଚୟ ସହାୟକ ହେବ।
ଏବେ ଆସନ୍ତୁ ଜାଣିବା, ପ୍ରତିକୂଳ ପରିସ୍ଥିତିରେ ଦୃଢ଼ ରହି ଅନ୍ୟ ପାଇଁ ପ୍ରେରଣା ପାଲଟିଥିବା ୨୦୧୮ର କିଛି ‘ସୁପର୍ ହିରୋଜ୍’ଙ୍କ ସାହସିକତାର ନିଛକ କାହାଣୀ।
୧. ଉତ୍ତ୍ୟକ୍ତ ଲୋକଙ୍କ କବ୍ଜାରୁ ପୀଡ଼ିତଙ୍କୁ ବଞ୍ଚାଇଥିଲେ ସାହସୀ ସବ୍ ଇନ୍ସ୍ପେକ୍ଟର
ଚଳିତବର୍ଷ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ପୋଲିସ୍ ଅଫିସର୍ ଜଣେ ବ୍ୟକ୍ତିଙ୍କୁ ଛାଡିରେ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଲା। ପରେ ଜଣା ପଡ଼ିଥିଲା ଯେ ପୋଲିସ୍ ଅଫିସର୍ଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ମୁସଲ୍ମାନ୍ ଥିଲେ। ସେ ଓ ତାଙ୍କ ପ୍ରେମିକା ଉତ୍ତରାଖଣ୍ଡ ନୈନ୍ତାଲ୍ର ରାମନଗରକୁ ବୁଲିବାକୁ ଯାଇଥିଲେ। ସେଠାରେ ଥିବା ପ୍ରସିଦ୍ଧ ଗିରିଜା ଦେବୀଙ୍କ ମନ୍ଦିରକୁ ଏହି କପଲ୍ ଦର୍ଶନ କରିବାକୁ ଯାଇଥିଲେ। ତେବେ କିଛି ସ୍ଥାନୀୟ ଲୋକ ପଚରା ଉଚୁରା କରି ସଂପୃକ୍ତ ଯୁବକ ମୁସଲ୍ମାନ୍ ବୋଲି ଜାଣିବା ପରେ ତାଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଏପରିକି ଯୁବକଙ୍କ ପ୍ରେମିକା ଆକ୍ରମଣର କାରଣ ପଚାରିବାରୁ ଭିଡ଼ ଭିତରୁ କେହି ଜଣେ ବୟସ୍କ ବ୍ୟକ୍ତି ସଂପୃକ୍ତ ଯୁବକଙ୍କୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ଉତ୍ତରାଖଣ୍ଡ ପୋଲିସ୍ର ସ୍ଥାନୀୟ ସବ୍ ଇନ୍ସ୍ପେକ୍ଟର୍ ଗଗନ୍ ଦୀପ୍ ସିଂହ ନିଜ ଟିମ୍ ସହ ସେଠାରେ ପହଞ୍ଚି ଯାଇଥିଲେ।
ସବ୍ ଇନ୍ସ୍ପେକ୍ଟର୍ ଗଗନ୍ ଦୀପ୍ଙ୍କ ଆଖି ସାମ୍ନାରେ ସ୍ଥାନୀୟ ଲୋକେ ସେହି ଯୁବକଙ୍କୁ ଆକ୍ରମଣ ଜାରି ରଖିଥିଲେ। ବାଧ୍ୟ ହୋଇ ଗଗନ୍ ଦୀପ୍ ନିଜ ଜୀବନକୁ ବାଜିରେ ଲଗାଇ ଭିଡ଼ ଭିତରୁ ସେହି ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କୁ ନିଜ ଛାତିରେ ଜାବୁଡ଼ି ଧରିଥିଲେ। ଏହି ଘଟଣାର ଭିଡିଓକୁ କେହି ଜଣେ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ପରେ ସବ୍ ଇନ୍ସପେକ୍ଟର ଗଗନ ଦୀପ୍ ସିଂହଙ୍କ ସାହସିକତାକୁ ବିଭିନ୍ନ ବର୍ଗରୁ ଢେର୍ ସାବାସି ମିଳିଥିଲା।
୨. ନିଜ ଉପସ୍ଥିତ ବୁଦ୍ଧି ବଳରେ ୧୬ ଜଣଙ୍କ ଜୀବନ ରକ୍ଷା କରିଥିଲେ ଏହି ଛୋଟ ଝିଅ

ମୁମ୍ବାଇର ୧୬ ମହଲା ବିଶିଷ୍ଟ କ୍ରିଷ୍ଟାଲ୍ ଟାୱର୍ରେ ଚଳିତ ବର୍ଷ ଅଗଷ୍ଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ବିଲ୍ଡିଂର ସବୁ ଫ୍ଲୋର୍କୁ ଏହାର ଧୂଆଁ ଓ ନିଆଁ ବ୍ୟାପିବାକୁ ଲାଗିଥିଲା। ତେବେ ବିଲ୍ଡିଂର ଦ୍ୱାଦଶ(୧୨) ମହଲାରେ ଥିବା ୧୦ ବର୍ଷୀୟ ବାଳିକା ଜେନ୍ ସଦାଭାର୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେହି ଫ୍ଲୋର୍ର ପ୍ରାୟ ୧୬ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଧୂଆଁ ବ୍ୟାପୁଥିବା ଦେଖି ଜେନ୍ ନିଜ ସ୍କୁଲ୍ ଶିକ୍ଷୟିତ୍ରୀ ଦେଇଥିବା ପରାମର୍ଶ ଅନୁସାରେ ପ୍ରଥମେ ନିଜ ଘରର ଝରକା ଖୋଲା କରିଦେବା ସହ ପଡ଼ୋଶୀମାନଙ୍କ କବାଟ୍ ବାଡ଼େଇ ସମସ୍ତଙ୍କୁ ସଜାଗ କରି ଦେଇଥିଲେ। ଏପରିକି ଏହି ସାହସୀ ଝିଅ ସୂତା କପଡ଼ାକୁ ଓଦା କରି କିଛି ପଡ଼ୋଶୀଙ୍କୁ ଧରାଇ ଦେଇଥିଲେ। ଫଳରେ ଫ୍ଲୋର୍ର ଲୋକମାନେ ଅଣନିଃଶ୍ୱାସୀ ହେବାରୁ ବର୍ତ୍ତି ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ଏହି ଫ୍ଲୋର୍ରୁ ୧୬ରୁ ଅଧିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ବିପଦକୁ ମୁକାବିଲା କରିବାରେ ନିଜ ବୁଦ୍ଧି ଓ ସାହସ ଯୋଗୁ ସୋଶାଲ୍ ମିଡିଆରେ ବେଶ୍ ପ୍ରଶଂସା ପାଇଥିଲେ ଜେନ୍।
୩. ଗଣଦୁଷ୍କର୍ମକାରୀଙ୍କ ମୁଖା ଖୋଲି ଦେଇଥିଲା ନାବାଳିକା

ନିଜ ସହ ହେଉଥିବା ଗଣଦୁଷ୍କର୍ମ ବିରୋଧରେ ପୋଲିସ୍ରେ ଅଭିଯୋଗ କରିଥିଲେ ଉତ୍ତରପ୍ରଦେଶର ଜଣେ ସାହସୀ ନାବାଳିକା। ୟୁପିର ଏହି ନାବାଳିକାଙ୍କୁ କିଛି ଲୋକ ରାତିରେ ଘରୁ ନେଇ ଦୁଷ୍କର୍ମ କରିବା ପରେ ପୁଣି ଆଣି ଘରେ ଛାଡ଼ି ଦିଅନ୍ତି। ତେବେ ନିଜ ପ୍ରତି ହେଉଥିବା ଏପରି କୁତ୍ସିତ ଆଚରଣ ବିରୋଧରେ ମୁହଁ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ପୀଡ଼ିତା ନାବାଳିକା। ଦିନେ ସୁଯୋଗ ଦେଖି ପୀଡ଼ିତା ସ୍ଥାନୀୟ ପୋଲିସ୍ରେ ଅଭିଯୋଗ କରିବା ପରେ ଏହି ଦାନବୀୟ ଅତ୍ୟାଚାର ଉପରୁ ପରଦା ହଟିଥିଲା।
୪. ସମୁଦ୍ରରେ ୧୨ ସାଥୀଙ୍କ ଜୀବନ ରକ୍ଷା କରିଥିଲେ ମତ୍ସ୍ୟଜୀବୀ
ମହାରାଷ୍ଟ୍ରର ଜଣେ ମତ୍ସ୍ୟଜୀବୀ ହେଉଛନ୍ତି ମିଲନ୍ ତାରେ।। ସାଥୀ ମତ୍ସଜୀବୀଙ୍କ ସହ ମାଛ ଧରିବା ପାଇଁ ସେ ନିଜ ଡଙ୍ଗା ସହ ସମୂଦ୍ରକୁ ଯାଇଥିଲେ। ମିଲନ୍ଙ୍କ ଡଙ୍ଗା ବାଦ୍ ଆଉ କିଛି ଡଙ୍ଗା ମଧ୍ୟ ଏହି ମାଛମରାରେ ସାମିଲ୍ ଥିଲା। ପୂର୍ବରୁ ଯୋଜନା ହୋଇଥିଲା, ଅନ୍ୟ ଡଙ୍ଗାର ସାଥୀମାନେ ରାତିରେ ଶୋଇବାବେଳେ ଭିନ୍ନ ଡଙ୍ଗାର ଆଉ କିଛି ମତ୍ସ୍ୟଜୀବୀ ସେମାନଙ୍କୁ ଜଗି ଉଜାଗର ରହିବେ। ତେବେ ଘଟଣା ଦିନ ରାତି ପ୍ରାୟ ୩ଟା ବେଳକୁ କେହି ଜଣେ ବଞ୍ଚାଅ ବୋଲି ଚିତ୍କାର କରୁଥିବା ମିଲନ୍ ଶୁଣିବାକୁ ପାଇଲେ। ଚିତ୍କାର କରୁଥିବା ବ୍ୟକ୍ତି ମିଲନ୍ଙ୍କ ସାଥୀ ଥିଲେ। ସେତେବେଳକୁ ସମୁଦ୍ରରେ ବଢ଼ୁଥିବା ଢେଉ ଯୋଗୁ ଚିତ୍କାର କରୁଥିବା ସାଥୀ ମତ୍ସ୍ୟଜୀବୀଙ୍କ ଡଙ୍ଗାଟି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବାକୁ ବସିଥିଲା। ତେବେ ଠିକଣା ସମୟରେ ମିଲନ୍ ନିଜ ଡଙ୍ଗାକୁ ସେଠାରେ ଲଗାଇ ଅନ୍ୟ ଡଙ୍ଗାରେ ଥିବା ୧୨ ଜଣ ସାଥୀ ମତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରି ଦେଇଥିଲେ।
୫. ବନ୍ୟାରେ ଭୁଶୁଡ଼ିବାକୁ ଥିବା ପୋଲରୁ ଜଣେ ଶିଶୁଙ୍କ ଜୀବନ ରକ୍ଷା କରିଥିଲେ ଏନ୍ଡିଆର୍ଫ୍ କର୍ମଚାରୀ
Video going viral in Kerala
A rescue official ran across a bridge and saved a child's life, few minutes before the bridge went under water in Idukki. A real comrade! pic.twitter.com/hQDZFJaKt0
— Nidheesh M K (@mknid) August 10, 2018
କେରଳର ପ୍ରଳୟଙ୍କରୀ ବନ୍ୟାବେଳେ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ବନ୍ୟା ପାଣି ମାଡ଼ି ଆସୁଥିବାବେଳେ ଏକ ପୋଲ ଉପରେ ରହି ଯାଇଥିବା ଏକ ଶିଶୁକୁ ଜଣ ବ୍ୟକ୍ତି ଉଦ୍ଧାର କରି ଦୌଡ଼ୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ପରେ ପୋଲଟି ବନ୍ୟାରେ ଭୁଶୁଡ଼ି ଯାଇଥିଲା। ତେବେ ପାଣି ମାଡ଼ୁ ଆସୁଥିବାବେଳେ ପୋଲ ଉପରେ ଅଟକି ଯାଇଥିବା ଶିଶୁକୁ ହଠାତ୍ ଦେବଦୂତ ଭଳି ଉଦ୍ଧାର କରିଥିଲେ ଏନ୍ଡିଆର୍ଏଫ୍ କର୍ମଚାରୀ କହ୍ନୈୟା କୁମାର୍। ନିଜ ଜୀବନକୁ ବାଜିରେ ଲଗାଇ ଶିଶୁଟିକୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା କହ୍ନୈୟାଙ୍କ ଏହି ସାହସ ପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ହିରୋ ଭଳି ସମ୍ମାନ ମିଳିଥିଲା।
from Odisha Reporter https://ift.tt/2C3I5Tw
A rescue official ran across a bridge and saved a child's life, few minutes before the bridge went under water in Idukki. A real comrade!
No comments:
Post a Comment