ତିରୁପତି ଚୌଧୁରୀଙ୍କୁ ପୁଲିସ୍ ବାନ୍ଧିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ତିରୁପତି ଚୌଧୁରୀଙ୍କୁ ପୁଲିସ୍ ବାନ୍ଧିଲା

tirupati

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ। ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଝାଡ଼ଖଣ୍ଡ ପୁଲିସ୍ ଗିରଫ କରିଛି। ଆଜି ତିରୁପତିଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍।

୨୦୧୩ ମସିହାରେ ହାଇଟେକ୍ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବା ପାଇଁ ଝାଡ଼ଖଣ୍ଡର ବୋକାର ଅଞ୍ଚଳର ରାମଧର ପ୍ରତୀକ ନାମକ ଜଣେ ଛାତ୍ରଙ୍କ ପାଖରୁ ତିରୁପତି ୫ଲକ୍ଷ ଟଙ୍କା ନେଇଥିଲେ। ତେବେ ସେ ନାଁ ଲେଖାଇ ପାରି ନଥିଲେ।

ଏହା ପରେ ତିରୁପତିଙ୍କୁ ରାମଧର ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ତିରୁପତି ଟଙ୍କା ଫେରାଇ ନଥିଲେ। ଏହା ପରେ ସେ ତିରୁପତିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।

ଏହି ମାମଲାରେ ତିରୁପତିଙ୍କ ନାଁରେ ୱାରେଣ୍ଟି ଜାରି ହୋଇଥିଲା। ଗତକାଲି ଝାଡଖଣ୍ଡ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ପୂର୍ବରୁ ଜମି ଜାଲିଆତି ଅଭିଯୋଗରେ ତିରୁପତି ଗିରଫ ହୋଇଥିଲେ।



from Odisha Reporter http://bit.ly/2AjvYQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages