ରାହୁଲଙ୍କ ଟ୍ୱିଟ୍‌: ମୋଦି ଫଟୋ ପୋଜ୍‌ରେ ବ୍ୟସ୍ତ, ସେପଟେ ୧୫ ଶ୍ରମିକ ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ରାହୁଲଙ୍କ ଟ୍ୱିଟ୍‌: ମୋଦି ଫଟୋ ପୋଜ୍‌ରେ ବ୍ୟସ୍ତ, ସେପଟେ ୧୫ ଶ୍ରମିକ ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ

ଗୌହାଟି:ମେଘାଳୟରେ ଏକ ଜଳ ପୂର୍ଣ୍ଣ କୋଇଲା ଖଣିରେ ୧୫ ଶ୍ରମିକ ଫିସିରହିଥିବା ବେଳେ ଘଟଣାକୁ ୧୨ରୁ ଊର୍ଦ୍ଧ ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଅପରେଶନ ସଫଳ ହୋଇପାରିନାହିଁ। ଏହି ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହ ଘଟଣାର ହସ୍ତକ୍ଷେପ କରିବାକରୁ ଟ୍ୱିଟ୍‌ କରି ଜଣାଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦୀର୍ଘତମ ବୋଗିବୀଲ୍‌ ରେଲପୋଲ ଉଦ୍‌ଘାଟନ କରିବାକୁ ଯାଇ ଫଟୋ ପୋଜ୍‌ରେ ମାତିଥିବା ବେଳେ ଏପଟେ ୧୫ଜଣ ଶ୍ରମିକ ନିଶ୍ୱାସ ନେବା ପାଇଁ ୨ ସପ୍ତାହ ହେବ ସଂଘର୍ଷ କରୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କର ସେଥିପ୍ରତି ଦୃଷ୍ଟି ପଡ଼ୁନଥିବା ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଏ ସମ୍ପର୍କରେ ଟ୍ୱିଟ୍‌ କରି ରାହୁଲ ଲେଖିଛନ୍ତି ଯେ, ସେଠାକାର ବିଜେପି ସରକାର ଉକ୍ତ କୋଇଲା ଖଣିରୁ ଜଳ ନିର୍ଗତ ପାଇଁ ହାଇ ପ୍ରେସର ପମ୍ପସ୍‌ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି। ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ମୋଦି ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ରାହୁଲ ଟ୍ୱିଟ୍‌ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।

 

ଶ୍ରମିକମାନେ ଫସିବାର ୨ ସପ୍ତାହ ବିତିଯାଇଛି। ଉଦ୍ଧାରକାରୀ ଦଳ ଉକ୍ତ କୋଇଲା ଖଣିରୁ ପାଣି ବାହାର କରିବା ପାଇଁ  ୧୦୦ଟି ହର୍ଷ ପାୱାର ପମ୍ପକୁ ନିୟୋଜିତ କରିଛନ୍ତି। ତଥାପି ପାଣି ଶୁଖାଯାଇପାରୁ ନାହିଁ। ମେଘାଳୟର ପୂର୍ବ ଜଈନ୍ତିଆ ହିଲ୍‌ସ୍‌ରେ ଏହି ଦୁର୍ଘଟଣା ଘଟିଛି। ୭୦ ଫୁଟ୍‌ ତଳେ ଶ୍ରମିକମାନେ ଫିସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ନିୟୋଜିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୨୦୧୪ରେ ମେଘାଳୟରେ କୋଇଲା ଖନନ ପାଇଁ ବାରଣ କରାଯାଥିଲା। ହେଲେ ଏହି ନିୟମକୁ ଉଲ୍ଲଂଘନ କରି ବେଆନ୍‌ଭାବେ କୋଇଲା ଖନନ କରାଯାଉଥିବାରୁ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2T6jUsY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages