ଆସୁଛନ୍ତି ମୋଦି; ଡିସେମ୍ବର ଶେଷକୁ ବଢ଼ିବ ରାଜନୈତିକ ଉଷ୍ମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଆସୁଛନ୍ତି ମୋଦି; ଡିସେମ୍ବର ଶେଷକୁ ବଢ଼ିବ ରାଜନୈତିକ ଉଷ୍ମତା

Modi

ଭବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ଶୀତରେ ବଢ଼ିବ ରାଜନୈତିକ ଉଷ୍ମତା। ୨୦୧୯ ଲଢ଼େଇ ପାଇଁ ମାହୋଲ୍ ପ୍ରସ୍ତୁତ ଲାଗି ସବୁ ଦଳ ପ୍ରସ୍ତୁତ କରୁଛନ୍ତି ବ୍ଲ୍ୟୁ ପ୍ରିଣ୍ଟ। ରାଜନୈତିକ ଗତିବିଧି ତୀବ୍ର କରିବାକୁ ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏହାର ଦିନକ ପରେ ୨୬ରେ ବିଜେଡି ପାଳିବ ଜନ୍ମଦିନ। ଏଥର ତୃଣମୂଳ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା ରଖିଛି ଦଳ। ସେପଟେ ସେହିଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ କଂଗ୍ରେସ ମନାଇବ କଳାଦିବସ। ଏହାବାଦ୍ ନେତାଙ୍କ ଦଳ ବଦଳ ନେଇ ବର୍ଷ ଶେଷ ବେଳକୁ ରାଜନୈତିକ ହଟଚମଟ ସୃଷ୍ଟି ହେବାର ସମ୍ଭାବନା ରହିଛି।

୨୪ରେ ପ୍ରଧାନମନ୍ତ୍ରୀଙ୍କ ଆଗମନ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ,  ସେହିଦିନ କଂଗ୍ରେସର କଳାଦିବସ ଓ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ଅର୍ଥାତ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି।

୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଝଟକା ଖାଇବା ପରେ ଓଡ଼ିଶା ଆସୁଛନ୍ତି ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ ସମାବେଶର ଆୟୋଜନ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମାନେ ଆଜି ସେଠାକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି।

ମୋଦି ଓ ଶାହାଙ୍କ ଫୋକସ୍‌ରେ ଓଡ଼ିଶା ଥିବାରୁ, ଏହି ଗସ୍ତ ବେଳେ ହିଁ ୨୦୧୯ ନିର୍ବାଚନର ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ। ଗତ ସେପ୍ଟେମ୍ବରରେ ତାଳଚେର ଓ ଝାରସୁଗୁଡା ସମାବେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋଦି ନବୀନଙ୍କୁ ଶାଣିତ ଆକ୍ରମଣ କରିଥିଲେ। ତେବେ ୩ ହିନ୍ଦୀଭାଷୀ ରାଜ୍ୟରେ ଦଳର ପରାଜୟ ପରେ ନବୀନଙ୍କ ପ୍ରତି ସେହି ଆଭିମୁଖ୍ୟ ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ବିଜେଡି, ମୋଦିଙ୍କ କାର୍ଯ୍ୟକ୍ରମକୁ ନିଜ ପ୍ରତିଷ୍ଠା ଦିବସରେ କାଉଣ୍ଟର କରିବା ଚକ୍କରରେ ରହିଛି। ଜିଲ୍ଲା ପରିଷଦ ଜୋନ୍‌ରୁ ଆରମ୍ଭ କରି ବ୍ଲକ୍ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପଞ୍ଚାୟତ ସ୍ତରରେ ନେତା ଓ କର୍ମୀଙ୍କୁ ଏହି ଦିବସରେ ସାମିଲ କରିବାକୁ ବି ରହିଛି ଯୋଜନା। ପ୍ରତିଷ୍ଠା ଦିବସ ସମାରୋହରେ ନବୀନ, ୨୦୧୯ ମହାସମର ପାଇଁ କର୍ମୀଙ୍କୁ ଆହ୍ୱାନ ଦେବେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ସେହି ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ବିରୋଧରେ ପଞ୍ଚାୟତ ସ୍ତରରେ କଳାଦିବସ ପାଳନ କରିବ କଂଗ୍ରେସ। ପିଠା ଯୋଜନାରେ ପଞ୍ଚାୟତ ପ୍ରତିନିଧିକୁ ସାମିଲ ନକରିବା ଓ ଆମ ଗାଁ ଆମ ବିକାଶ ଯୋଜନା ଭଳି ୬ଟି ପ୍ରସଙ୍ଗକୁ ନେଇ ଦଳ ପଞ୍ଚାୟତରେ କଳାପତାକା ଉଡାଇବାକୁ ସ୍ଥିର କରିଛି।

ଏସବୁ କାର୍ଯ୍ୟକ୍ରମ ବ୍ୟତୀତ ଚଳିତ ମାସରେ ଅନେକ ରାଜନୈତିକ ହଟଚମଟ ସୃଷ୍ଟି ହେବାର ବି ସମ୍ଭାବନା ରହିଛି। କିଛି ପ୍ରମୁଖ ନେତା ଦଳ ଛାଡ଼ିବେ ଓ ପୂର୍ବରୁ ଦଳ ଛାଡ଼ିଥିବା କିଛି ନେତା ନୂଆ ଇନିଂସ୍ ଆରମ୍ଭ କରିବାର ସମ୍ଭାବନା ରହିଛି।



from Odisha Reporter https://ift.tt/2BlEI8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages