
ପୁରୀ (ପ୍ରଦୀପ ମହାନ୍ତି): ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦରମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସାମୁଦ୍ରିକ ଥାନା ଅନ୍ତର୍ଗତ ରେଲୱେ କ୍ୱାର୍ଟର୍ସରେ ରୁହନ୍ତି ଡାକ୍ତର ସଞ୍ଜିବ କୁମାର ସାହୁଙ୍କ ପରିବାର। ସବୁଦିନ ପରି ଆଜି ସକାଳେ ଡାକ୍ତର ସାହୁ ଡାକ୍ତରଖାନା ଯାଇଥିଲେ। ଆଉ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ମଧ୍ୟ ସ୍କୁଲ ଯାଇଥିଲେ। ଘରେ ଡାକ୍ତର ସାହୁଙ୍କ ପତ୍ନୀ ସୁଜାତା ଏକାକୀ ଥିଲେ।
ତେବେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ସୁଜାତାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଘର ଭିତରେ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ଥାନାକୁ ଖବର ଦେଇଥିଲେ। ପୁଲିସ ସଙ୍ଗେ ସଙ୍ଗେ କ୍ୱାର୍ଟର୍ସରେ ପହଞ୍ଚି ଦେଖନ୍ତି, ସୁଜାତାଙ୍କ ରକ୍ତାକ୍ତ ମରଶରୀର ଚଟାଣରେ ଲୋଟିଛି। ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ପାରିପାର୍ଶ୍ୱିକ ସ୍ଥିତିରୁ କେହି ସୁଜାତାଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ କିଏ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ି ନାହିଁ।
ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଏହି ଘଟଣାରେ ଡାକ୍ତର ସାହୁ ଓ ତାଙ୍କ ପୁଅ ଭାଙ୍ଗି ପଡ଼ିଛନ୍ତି।
from Odisha Reporter https://ift.tt/2BoKOoN
No comments:
Post a Comment