ଅଲଗା ହେବେ ନେହା କକ୍କର୍‌-ହିମାଂଶ୍‌ କୋହଲି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଅଲଗା ହେବେ ନେହା କକ୍କର୍‌-ହିମାଂଶ୍‌ କୋହଲି !

ମୁମ୍ୱାଇ:“ତୁମ୍‌ସେ ମେରା ଜୀନା ମର୍‌ନା…ତୁମ୍‌ ଚଲ୍‌ ରହେ ହୋ ତୋ ଶାସେଁ… ମେରେ ସାଥ୍‌ ଚଲ୍‌ ରହି ହୈ…. ଓଃ ହମ୍‌ସଫର୍‌… ଓଃ ହମ୍‌ନବାବ୍‌….” ଏହି ଗୀତକୁ ଶୁଣିବା ପରେ ଆପଣ ଏହି ଦୁହିଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିବା ପ୍ରେମର ଗଭୀରତାକୁ ବୁଝି ପାରୁଥିବେ।
ଏହି ଗୀତଟି ସୋଶାଲ୍‌ ମିଡିଆରେ ଆସିବା ପରେ ୟୁଜର୍‌ଙ୍କ ମନକୁ ଜିତିବା ସହିତ ଗୀତରେ ଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ୟୁଜର୍‌ ଅନେକ ପସନ୍ଦ କରିଥିଲେ।

ଲୋକପ୍ରିୟ ଗାୟିକା ନେହା କକ୍କର୍‌ ଓ ଅଭିନେତା ହିମାଂଶ୍‌ କୋହଲିଙ୍କ ଅଭିନୀତ ଏହି ଗୀତ ବେଶ୍‌ ରୋମାଣ୍ଟିକ୍‌ ଥିଲା। କେବଳ ପରଦାରେ ନୁହେଁ, ପରଦା ବାହାରେ ମଧ୍ୟ ଦୁହିଁଙ୍କର ପ୍ରେମକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ବାହାରକୁ ଦୁହେଁ କେବଳ ସାଙ୍ଗ ବୋଲି କହିଲେ ମଧ୍ୟ ଉଭୟଙ୍କ ପ୍ରେମକାହାଣୀ କାହାକୁ ଅଛପା ନାହିଁ। ଉଭୟଙ୍କ ମଧ୍ୟରେ ଥିବା ସ୍ନେହ ଓ ପ୍ରେମ ଅନେକ ଇଣ୍ଟର୍ଭ୍ୟୁ ସୋଶାଲ ମିଡିଆ ପୋଷ୍ଟରେ ସିଧାସଳଖ ଜଣାପଡ଼ିଥାଏ। ତେବେ ମିଳିଥିବା ସୂଚନା ଅନୁସାରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଦୁହେଁ ଦୁହିଁଙ୍କୁ ସୋଶାଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫଲୋ କରିଛନ୍ତି। କେବଳ ଏତିକି ନୁହେଁ ନେହା ପୂର୍ବରୁ ପୋଷ୍ଟ କରିଥିବା କିଛି ଫଟୋ ଓ ଭିଡିଓ ମଧ୍ୟ ଡିଲିଟ୍‌ କରିଛନ୍ତି। କିନ୍ତୁ ହିମାଂଶ୍‌ ତାଙ୍କ ଆକାଉଣ୍ଟ୍‌ରେ ଥିବା ସମସ୍ତ ଫଟୋ ଓ ଭିଡିଓକୁ ସାଇତି ରଖିଛନ୍ତି।

ପୂର୍ବରୁ ନେହା ଓ ହିମାଂଶ୍‌ଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେବେ ସ୍ୱୀକାର କରି ନ ଥିଲେ। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଏକାଠି ଦେଖିବବାକୁ ମିଳୁଥିଲା । ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା କଥା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏକଥାକୁ ନେହା କକ୍କର୍‌- ହିମାଂଶ୍‌ଙ୍କ ଜଣେ ବନ୍ଧୁ ଦିବ୍ୟା କୋଶଲା ସୋଶାଲ୍‌ ମିଡିଆରେ ପ୍ରଘଟ କରିଥିଲେ। ନଭେମ୍ୱର ୭ରେ ମଧ୍ୟ ନେହା ଓ ହିମାଂଶ୍‌ ସେମାନଙ୍କ ଦୀପାବଳି ଫଟୋ ସେୟାର୍‌ କରିଥିଲେ। ତେବେ କାହିଁକି ନେହା ଓ ହିମାଂଶ ଦୁହେଁ ଦୁହିଁଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରୁ ଅନ୍‌ଫଲୋ କରିଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୁହାଯାଉଛି ଉଭୟଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର କିମ୍ବା ମତାନ୍ତର ହୋଇଥାଇପାରେ।



from Odisha Reporter https://ift.tt/2Ecxjvq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages