
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲାଇଭ୍ ଟିଭି ଶୋ’ ସମୟରେ ସମାଜବାଦୀ ପାର୍ଟିର କର୍ମି ଏବଂ ବିଜେପି ମୁଖପାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ଏମିତି କି ସମାଜବାଦୀ କର୍ମି ବିଜେପି ମୁଖପାତ୍ରଙ୍କୁ ଆକ୍ରମଣ କରିଛନ୍ତି।
ନୋଏଡା ସେକ୍ଟର ୧୬-Aର ଏକ ଟିଭି ଚ୍ୟାନେଲ୍ରେ ଲାଇଭ୍ ଡିବେଟ୍ ଶୋ’ ଚାଲିଥିଲା। ଏଥିରେ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୋରିଆ ଏବଂ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ ଯୋଗ ଦେଇଥିଲେ।
ଆଲୋଚନାରେ ମତଭେଦ ଦେଖାଯିବାରୁ ଅନୁରାଗ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆଙ୍କୁ ଧକ୍କା ଦେବା ସହ ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ଏବେ ଏହି ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
यह प्रवक्ता नहीं गुंडे है।
अनुराग भदौरिया ने पूरी डिबेट में व्यग्तिगत टिप्पणी करी और अपशब्द बोले
इनके हथकंडे हैं
खूब व्यग्तिगत टिप्पणियां करो
परिवार के लिए अपशब्द बोलो
और जब कुछ न काम आए और दूसरा व्यक्ति संयम बनाये रखे तो
हाथा पायी पे उत्तर जाओ।#SPKeGunde@BJP4India pic.twitter.com/KmsDGg93M1
— Gaurav Bhatia
(@gauravbh) December 8, 2018
ଗୌରବ ଭାଟ୍ଟିଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ଭଦୋରିଆଙ୍କୁ ଗିରଫ କରିଛି। ସେପଟେ ଭଦୋରିଆଙ୍କ ଗିରଫଦାରୀକୁ ନେଇ ସମାଜବାଦୀ ପାର୍ଟି ପ୍ରତିକ୍ରିୟା ରଖିଛି। ପାର୍ଟି ପକ୍ଷରୁ କୁହାଯାଇଛି, ଅଭଦ୍ର ବ୍ୟବହାର, ଅନୁଚିତ୍ ଶବ୍ଦର ପ୍ରୟୋଗ ଏବଂ ମାର୍ପିଟ୍ କରୁଥିବା ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୌରବ ଭାଟ୍ଟିଆ ମିଛ କହୁଛନ୍ତି। ଜନତାଙ୍କ ସାମ୍ନାରେ ଯୁକ୍ତିଯୁକ୍ତ କଥା ଉପସ୍ଥାପନା ହେଉ ଏବଂ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ସମ୍ପୂର୍ଣ୍ଣ ଭିଡିଓ ସେୟାର କରୁ। ଏକ ଟୁଇଟ୍ ବାର୍ତ୍ତାରେ ଏହା କୁହାଯାଇଛି।
अभद्र व्यवहार, अनुचित शब्दों का प्रयोग एवं मारपीट करने वाले आप भाजपा प्रवक्ता गौरव भाटिया झूठ बोलना बंद करिए। घटना का कोई साक्ष्य हैं तो जनता के सामने प्रस्तुत करिए। जी न्यूज़ से भी अनुरोध है कि सम्बंधित घटना का कोई विडीओ हो तो सार्वजनिक करें ।
— Samajwadi Party (@samajwadiparty) December 8, 2018
from Odisha Reporter https://ift.tt/2EnQcww
(@gauravbh)
No comments:
Post a Comment