
ପର୍ଥ: ଆଜିଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ପର୍ଥର ଘାସୁଆ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଦଳ ୪ ଜଣ ଦ୍ରୁତ ବୋଲର ଏବଂ ସ୍ପିନିଂ ଅଲରାଉଣ୍ଡ ଭାବେ ହନୁମା ବିହାରୀଙ୍କୁ ନେଇ ମଇଦାନକୁ ଓହ୍ଲାଇଛି। ଅର୍ଥାତ ଭାରତୀୟ ଟିମ୍ରେ କୌଣସି ସ୍ପେଶାଲିଷ୍ଟ ସ୍ପିନର ନଥିବାରୁ ଏହାକୁ ନେଇ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଛନ୍ତି।
ବିଶେଷ କରି ରବୀନ୍ଦ୍ର ଜାଡେଜାଙ୍କ ଭଳି ଜଣେ ଦକ୍ଷତା ସମ୍ପନ୍ନ ଅଲରାଉଣ୍ଡଙ୍କୁ ଟିମ୍ ମ୍ୟାନେଜମେଣ୍ଟ କାହିଁକି ବେଞ୍ଚରେ ବସାଇଲା ବୋଲି କିମ୍ବଦନ୍ତୀ କ୍ରିକେଟର ପ୍ରଶ୍ନ କରିଛନ୍ତି। ପୂର୍ବତନ ଇଂଲିଶ କ୍ୟାପ୍ଟେନ୍ ମାଇକେଲ ଭନ୍ ଟ୍ୱିଟ କରି କହିଛନ୍ତି, “ ଭାରତ ଜାଡେଜାଙ୍କୁ ନ ଖେଳାଇ ବଡ଼ ଭୁଲ କରିଛି। ମୁଁ ଭାରତର ଟିମ୍ ଚୟନରେ ସନ୍ତୁଷ୍ଟ ନୁହେଁ। ଜାଡେଜା କେବଳ ବୋଲିଂ ନୁହେଁ ୮ ନଂରେ ଭଲ ବ୍ୟାଟିଂ ମଧ୍ୟ କରିପାରି ଥାଆନ୍ତେ। ଏବେ ଅଷ୍ଟ୍ରେଲିଆ ଜିତିବାର ସମ୍ଭାବନା ବଢ଼ିଛି।”
ଭାରତ ଆଜି ପ୍ରଥମ ଟେଷ୍ଟ୍ରେ ଆହତ ହୋଇଥିବା ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।
ଭାରତ ଦ୍ୱିତୀୟଥର ପାଇଁ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ କରିଛି। ଶେଷଥର ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦଳ ଏଭଳି ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ମ୍ୟାଚ୍ ଖେଳିଥିଲା ଏବଂ ଏଥିରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ସେହିପରି ଭାରତ ୫ମଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍ ବିନା ସ୍ପେଶାଲିଷ୍ଟ ସ୍ପିନରଙ୍କ ବିନା ଖେଳୁଛି।
ଭାରତ ଆଜିର ମ୍ୟାଚ୍ରେ ଟସ୍ ହାରି ବୋଲିଂ ଜାରି ରଖିଛି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଦଳ ପକ୍ଷରୁ ଶନ୍ ମାର୍ଶ ୮ ରନ୍ କରିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ୱ ୪ ରନ୍ କରି ଅପରାଜିତ ରହିଛନ୍ତି।
ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ଉମେଶ ଯାଦବ ଓ ହନୁମା ବିହାରୀ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।
ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଆରୋନ୍ ଫିଞ୍ଚ ଓ ମାର୍କସ୍ ହ୍ୟାରିସ ଦଳକୁ ଭଲ ଆରମ୍ଭ ଦେଇଥିଲେ। ତେବେ ୫୦ ରନ୍ କରିଥିବା ଫିଞ୍ଚ ଅଷ୍ଟ୍ରେଲିଆର ପ୍ରଥମ ଖେଳାଳି ଭାବେ ବୁମ୍ରାଙ୍କ ଶିକାର ବନିଥିଲେ।
ତେବେ ଏହା ପୂର୍ବରୁ ସେ ହ୍ୟାରସଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୨ ରନ୍ର ଭାଗୀଦାରି କରିଥିଲେ। ଏହାପରେ ଉସମାନ ଖ୍ୱାଜା(୫)ଙ୍କୁ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ଉମେଶ ଯାଦବ ଆଉଟ୍ କରିଥିଲେ। କିନ୍ତୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ ହନୁମା ବିହାରୀ। ସେ ସେଟ୍ ବ୍ୟାଟସ୍ମ୍ୟାନ୍ ହ୍ୟାରିସ୍(୭୦)ଙ୍କୁ ଆଉଟ୍ କରିଥିଲେ।
from Odisha Reporter https://ift.tt/2UI2yED
No comments:
Post a Comment