
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଲୋକ ଘରେ ନେଉଳ ପାଳୁଥିବା ଆପଣ ଦେଖିଥିବେ। କୁହାଯାଏ ନେଉଳଙ୍କ ମୁହଁ ଚାହିଁ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ। ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ନେଉଳକୁ ବାଟ କାଟି ଯିବାର ଦେଖୁଛନ୍ତି, ତେବେ ମଧ୍ୟ ଆପଣଙ୍କ ଦିନଟି ଶୁଭ ହୋଇଥାଏ।
କେବଳ ନେଉଳ ପାଳିଲେ ନୁହେଁ, ନେଉଳ ମୂର୍ତ୍ତି ଘରେ ରଖିଲେ ମଧ୍ୟ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତେବେ ଘରେ ନେଉଳ ମୂର୍ତ୍ତି ଘରେ ରଖିଲେ, କେଉଁ ସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା।
ନେଉଳକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ବୋଲି କୁହାଯାଏ। ଏଥିପାଇଁ ନେଉଳ ମୂର୍ତ୍ତି ଘରେ ରଖିଲେ, ପରିବାର ସଦସ୍ୟଙ୍କ ଉପରେ ବିଷ୍ଣୁଙ୍କର କୃପା ରହିଥାଏ। ଏହା ସହିତ ଧନଲାଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ମାନ୍ୟତା ରହିଛି।
ନେଉଳ ମୂର୍ତ୍ତି କିମ୍ୱା ଚିତ୍ର ଘରେ ରଖିଲେ, ଆପଣଙ୍କ ଜୀବନରେ କେବେ ହେଲେ ଆର୍ଥିକ ସଙ୍କଟ ଦେଖା ଯାଇନଥାଏ। ଏହାଦ୍ୱାରା ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
କିଛି ଲୋକ ନେଉଳର ମୂର୍ତ୍ତିକୁ ସୁନାର ଟଙ୍କା ଥିବା ଥାଳିରେ ଘରେ ସ୍ଥାପନା କରିଥାନ୍ତି। ଏପରି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ, ନେଉଳ ସହିତ ସାପର ସମ୍ପର୍କ ଭଲ ନଥିବାରୁ ଆପଣଙ୍କ ଘରକୁ କେବେ ସାପ ପ୍ରବେଶ କରିବେ ନାହିଁ।
from Odisha Reporter https://ift.tt/2SDiyWt
No comments:
Post a Comment