କ୍ରମାଗତ ତୃତୀୟ ବର୍ଷ ପାଇଁ ବିରାଟ୍‌ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

କ୍ରମାଗତ ତୃତୀୟ ବର୍ଷ ପାଇଁ ବିରାଟ୍‌ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ୨୦୧୯ ପାଦ ଦେବ। ତେବେ ୨୦୧୮ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କ୍ରମାଗତ ୩ ବର୍ଷ ପାଇଁ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୮ର ଶେଷ ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ୍‌ ବାହିନୀ କଙ୍ଗାରୁ ଶିକାର କରି ଅଭିଯାନ ଶେଷ କରିଛି।

ଏହି ମ୍ୟାଚ୍‌ ପରେ ବିରାଟ୍‌ ୨୦୧୮ରେ ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି। ୨୦୧୮ରେ ବିରାଟ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୬୫୩ ରନ୍‌ ସଂଗ୍ରହ କରିଛନ୍ତି। ଅର୍ଥାତ ବିରାଟ୍‌ଙ୍କଠାରୁ ବିଶ୍ୱର ଅନ୍ୟ କୌଣସି କ୍ରିକେଟର ଏତେ ରନ୍‌ କରିନାହାନ୍ତି।

ଏପରି କରି ବିରାଟ୍‌ କ୍ରମାଗତ ଭାବେ ୩ୟ ବର୍ଷ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ୨୦୧୬ରେ ବିରାଟ୍‌ ୨୫୯୫ ରନ୍‌ ହାସଲ କରିଥିବା ବେଳେ ୨୦୧୭ରେ ୨୮୧୮ ରନ୍‌ ସଂଗ୍ରହ କରିଥିଲେ।



from Odisha Reporter http://bit.ly/2LLoJ8U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages