ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଉଭୟ ଭାରତ ଓ ବିରାଟ୍‌ ୧ ନଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଉଭୟ ଭାରତ ଓ ବିରାଟ୍‌ ୧ ନଂ

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟକୁ ଜିତି ୨୦୧୮ ଅଭିଯାନ ଶେଷ କରିଛି ଟିମ୍‌ ଇଣ୍ଡିଆ। ଏବେ ଜାନୁଆରୀ ୩ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୨୦୧୯ର ପ୍ରଥମେ ଟେଷ୍ଟ ମ୍ୟାଚ୍‌ ଖେଳିବ। କିନ୍ତୁ ୨୦୧୮ର ଶେଷ ଦିନରେ ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଘୋଷଣା କରାଯାଇଛି।

ଏହି ତାଲିକାରେ ଭାରତ ପୂର୍ବପରି ଟେଷ୍ଟ୍‌ରେ ବିଶ୍ୱର ଶ୍ରେଷ୍ଠ ଦଳ ଭାବେ ଏକ ନମ୍ବର ସ୍ଥାନରେ ଅତୁଟ ରହିଥିବା ବେଳେ ଦଳର ଅଧିନାୟକ ବିରାଟ୍‌ କୋହଲି ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଶୀର୍ଷରେ ସୁଦୃଢ଼ ରହିଛନ୍ତି। ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୮୨ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଖାତା ଖୋଲି ପାରି ନଥିଲେ। ଏଥିପାଇଁ ତାଙ୍କୁ ୩ ପଏଣ୍ଟ ହରାଇବାକୁ ପଡ଼ିଛି।

ତଥାପି ସେ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କଠାରୁ ୩୪ ପଏଣ୍ଟ ଆଗରେ ରହିଛନ୍ତି। ବିରାଟ୍‌ଙ୍କ ପାଖରେ ୯୩୧ ପଏଣ୍ଟ ଥିବା ବେଳେ ୱିଲିମସନ୍‌ ୮୯୭ ପଏଣ୍ଟ ପାଇଛନ୍ତି। ପୂର୍ବରୁ ଏକ ନମ୍ବର ସ୍ଥାନରେ ବାସନ୍ଦାଦେଶ ଭୋଗୁଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ବିରାଟ୍‌ ଗତ ଅଗଷ୍ଟ ମାସରେ ଅତିକ୍ରମ କରିଥିଲେ। ଏବେ ସେ ଏକ ନମ୍ବର ସ୍ଥାନରେ ଦୀର୍ଘ ୧୩୫ ଦିନ ହେଲା ରହି ଆସୁଛନ୍ତି।

ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ୪ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ବର୍ତ୍ତମାନ ୨-୧ରେ ଆଗୁଆ ଥିବା ଟିମ୍‌ ଇଣ୍ଡିଆ ୧୧୬ ପଏଣ୍ଟ ସହ ଶୀର୍ଷରେ ରହିଛି।
ଅନ୍ୟ ଭାରତୀୟ ଖେଳାଳିଙ୍କ କଥା ବିଚାରକୁ ନେଲେ ଚେତେଶ୍ୱର ପୂଜାରା ୫ମ ସ୍ଥାନରୁ ମେଲବର୍ଣ୍ଣ ଶତକ ପରେ ୪ର୍ଥରେ ପହଞ୍ଚିଛନ୍ତି। ସେହିପରି ରିଷଭ ପନ୍ତ ୧୦ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍ରା ୨୮ଟି ସ୍ଥାନ ଉପରକୁ ଉଠି ୧୬ ନଂରେ ରହିଛନ୍ତି। ପୂର୍ବପରି ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବୋଲର ମାନ୍ୟତା ପାଇ ୧ ନଂ ସ୍ଥାନରେ ସୁଦୃଢ଼ ରହିଛନ୍ତି।



from Odisha Reporter http://bit.ly/2rZHtbH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages