ପ୍ରେମିକାକୁ ଖୁସି କରିବାକୁ ଚୋରି କରୁଥିଲେ ମୋବାଇଲ୍‌ ଓ ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ପ୍ରେମିକାକୁ ଖୁସି କରିବାକୁ ଚୋରି କରୁଥିଲେ ମୋବାଇଲ୍‌ ଓ ବାଇକ୍‌

ନୂଆଦିଲ୍ଲୀ: ‘ପ୍ୟାରେ କେଲିଏ କୁଛଭି କରେଗା’। ହିନ୍ଦୀରେ ଏହି ଆପ୍ତବାକ୍ୟଟି ଆପଣ ଶୁଣିଥିବେ ନିଶ୍ଚୟ। ବାସ୍ତବରେ ପ୍ରେମ ଏପରି ଏକ ନାମ, ଯେଉଁଥିପାଇଁ ମଣିଷ କିଛି ବି କରିପାରେ। ଯେକୌଣସି ସ୍ତରକୁ ମଧ୍ୟ ଯାଇପାରେ। ପ୍ରତିଦିନ ଖବରକାଗଜ କିମ୍ୱା ଟିଭିରେ ଆପଣ ପ୍ରେମ ପାଇଁ ହେଉଥିବା ଅପରାଧଗୁଡିକ ସମ୍ପର୍କରେ ଜାଣିପାରୁଥିବେ। ଆଜି ବି ସେମିତି କିଛି ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଶୀର୍ଷକଟି ପଢ଼ି ସାରିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ। ହେଲେ ଘଟଣାଟି ସତ। ପ୍ରେମିକ ଯିଏ ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଦାମି ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଚୋରି କରି ଧରାପଡିଛନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଏମିତି କାଣ୍ଡ କରି ଜଣେ ନୁହେଁ ବରଂ ୭ ଜଣ ପ୍ରେମିକ ଧରା ପଡିଛନ୍ତି।

ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ସାତ ଯୁବକ ହେଉଛନ୍ତି ଇମ୍‌ରାନ୍‌(୨୫), ବିକାଶ(୨୩), ନିତିନ୍‌(୨୨), ନାସିମ୍‌(୩୭), ନବୀନ୍‌(୨୬), ଧର୍ମେନ୍ଦ୍ର(୨୨), ଧିରଜ୍‌(୨୫)।

ଏମାନଙ୍କଠାରୁ ପୁଲିସ୍‌ ୬ଟି ଦାମୀ ମୋଟର୍‌ ସାଇକେଲ୍‌, ଦୁଇଟି ସ୍କୁଟର୍‌, ୨୮ଟି ମୋବାଇଲ୍‌ ଜବତ କରିଛି। ଏହା ସହିତ ସେମାନଙ୍କ ଉପରେ ୪୪ଟି ମାମଲା ଦାୟର୍‌ କରିଛି। ଗୁରୁବାର ଏହି ପ୍ରେମିକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ ହୋଇଛି। ଦିଲ୍ଲୀର ପିରଗ୍ରାହୀ ମେଟ୍ରୋ ଷ୍ଟେସନ୍‌ରୁ ବାଇକ୍‌ ଚୋରି କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଥିଲା। ପରେ ୭ ଜଣଜାକ ଧରା ପଡ଼ିଥିଲେ। ଚୋରିର କାରଣ ଜାଣିବା ପରେ ପୁଲିସ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।

ନିଜ ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ୍‌ କରି ନୂଆବର୍ଷରେ ଦିଲ୍ଲୀ ବାହାରକୁ ଯାଇ ସେଲିବ୍ରେସନ୍‌ କରିବା ଉଦ୍ଦେଶ୍ୟରେ ସେମାନେ ଏହି ହୀନ କାମ କରୁଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ବସ୍‌ ଷ୍ଟାଣ୍ଡ୍‌, ଜନଗହଳିପୂର୍ଣ୍ଣ ସ୍ଥାନ ଓ ରେଲ୍‌ୱେ ଷ୍ଟେସନ୍‌ରୁ ମୋବାଇଲ୍‌ ଓ ବାଇକ୍‌ ଚୋରି କରି ଆଣୁଥିଲେ ବୋଲି ସ୍ୱୀକାର କରିଛନ୍ତି।



from Odisha Reporter https://ift.tt/2UNBjZ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages