
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହେବା ପରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏନ୍କାଉଣ୍ଟରକୁ ବିରୋଧ କରି ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବାରୁ ଭୟଙ୍କର ସଂଘର୍ଷ ଗଠିଛି। ଏଥିରେ ୭ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି। ସେହିପରି ଏନ୍କାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି।
ପୁଲୱାମାର ସିରନୋ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏଠାରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିଲେ।
ଏମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀରୁ ଆତଙ୍କୀ ପାଲଟିଥିବା ଜାହୋର ଅହମ୍ମଦ ଠୋକର ମଧ୍ୟ ରହିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୩ ଜଣ ଯାକ ଆତଙ୍କୀ ସଫା ହୋଇଯାଇଥିଲେ। କିନ୍ତୁ ଏମାନଙ୍କୁ ଗୁଳି କରିବା ପୂର୍ବରୁ ସୁରକ୍ଷାକର୍ମୀଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା।
କାରଣ ଠୋକର ସୁରକ୍ଷାକର୍ମୀଙ୍କ ଜାଲରେ ଫସିଥିବା ଖବର ପାଇବା କ୍ଷଣି ଗାଁ ଲୋକମାନେ ଏନ୍କାଉଣ୍ଟର ସ୍ଥଳରେ ପହଞ୍ଚି ଯବାନମାନଙ୍କ ଉପରକୁ ଟେକା ପଥର ମାଡ଼ ଆରମ୍ଭ କରିଦେଇଥିଲେ।
ଗୋଟିଏ ପଟେ ଟେକା ପଥର ମାଡ଼ ଏବଂ ଅନ୍ୟ ପଟେ ଆତଙ୍କବାଦୀ ଗୁଳିର ସାମ୍ନା କରି ଯବାନମାନେ ୩ ଆତଙ୍କୀଙ୍କୁ ୨୫ ମିନିଟ୍ ମଧ୍ୟରେ ଶେଷ କରିଦେଇ ଥିଲେ। କିନ୍ତୁ ଏହାପରେ ସାଧାରଣ ଲୋକ ସେନା ବାହିନୀର ଗାଡ଼ି ଉପରେ ଚଢ଼ିଯାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।
ପ୍ରଥମେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଟିୟର ଗ୍ୟାସ ମାଡ଼ କରାଯାଇଥିଲା। ହେଲେ ଲୋକମାନେ ଏହାକୁ ଖାତିର କରି ନଥିଲେ। ଫଳରେ ସୁରକ୍ଷାକର୍ମୀମାନେ ବାଧ୍ୟ ହୋଇ ଗୁଳିମାଡ଼ କରିଥିଲେ। ଏଥିରେ ୭ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି।
ଏବେ ବି ସ୍ଥାନୀୟ ଅଞ୍ଚରେ ଉତ୍ତେଜନା ଲାଗି ରହିଥିବାରୁ ଦକ୍ଷିଣ କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ଏହି ଘଟଣାରକୁ ନେଇ ବିରୋଧୀ ଏନ୍ସି ଏବଂ ପିଡିପି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
from Odisha Reporter https://ift.tt/2BkcX0g
No comments:
Post a Comment