
ନୂଆଦିଲ୍ଲୀ:ବ୍ୟାଟ୍ରେ କମାଲ କରିଆସିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ପର୍ଥଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ନେଇଥିବା ଏକ କ୍ୟାଚ୍ ପ୍ରମାଣିତ କରିଛି ସେ ଫିଲ୍ଡିଂରେ ମଧ୍ୟ ସେତିକି ଦକ୍ଷ।
TAKE A BOW @IMVKOHLI
A piece of genius from #KingKohli in the slips https://t.co/EM9t1uPKGo #Kohli #ViratKohli pic.twitter.com/64WGLLKDKM
— Telegraph Sport (@telegraph_sport) December 14, 2018
ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନରେ ଇଶାନ୍ତ ଶର୍ମାଙ୍କ ବଲ୍ରେ ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡସ୍କମ୍ବ ସ୍ଲିପ୍ ଅଞ୍ଚଳକୁ ଏକ ଶଟ ମାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଉଚ୍ଚରେ ଯାଉଥିବା ଏହି ଶଟକୁ ଦ୍ୱିତୀୟ ସ୍ଲିପ୍ରେ ଥିବା ବିରାଟ କୋହଲି ଗୋଟିଏ ହାତରେ ହିଁ ଧରି ପକାଇଥିଲେ।
ସେ ତାଙ୍କ କ୍ୟାରିଅର୍ରେ ଆହୁରି ଉଲ୍ଲେଖନୀୟ କ୍ୟାଚ୍ ନେଇଥିଲେ ମଧ୍ୟ ଏହି ଏକ-ହାତିଆ କ୍ୟାଚର ସ୍ଥାନ ସ୍ୱତନ୍ତ୍ର ବୋଲି ତାଙ୍କ ଫ୍ୟାନ୍ମାନେ ଚର୍ଚ୍ଚା କରୁଛନ୍ତି।
ଚା’ପାନ ବିରତି ପରେ ହିଁ କୋହଲିଙ୍କ ଏଭଳି କ୍ୟାଚ୍ ଯୋଗୁ ହ୍ୟାଣ୍ଡସ୍କମ୍ବ ବିଦାୟ ନେଇଥିଲେ। ସେତେବେଳକୁ ଅଷ୍ଟ୍ରେଲିଆ ୬୧ ଓଭର୍ରେ ୪ଟି ୱିକେଟ୍ ହରାଇ ୧୭୭ ରନ୍ କରିଥିଲା।
ଏହାପୂର୍ବରୁ ଆଡେଲେଡ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୩୧ ରନ୍ରେ ଜିତି ସିରିଜ୍ରେ୧-୦ରେ ଆଗୁଆ ଅଛି।
from Odisha Reporter https://ift.tt/2RYNZL5


No comments:
Post a Comment