
ପୋର୍ଟବ୍ଲେୟାର: ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କୁହାଯାଉଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବର୍ତ୍ତମାନ ରସ୍ ଆଇଲ୍ୟାଣ୍ଡର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ନୀଲ୍ ଆଇଲ୍ୟାଣ୍ଡ ସହିଦ ଦ୍ୱୀପ ଏବଂ ହେଭଲକ୍ ଆଇଲ୍ୟାଣ୍ଡ ସ୍ୱରାଜ ଦ୍ୱୀପ ନାମରେ ନାମିତ ହୋଇଛି।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଷ୍ଟାମ୍ପ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏଠାରେ ଏକ ଡିମ୍ଡ ୟୁନିଭର୍ସିଟି ସ୍ଥାପନ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ମୋଦି ମରିନା ପାର୍କଠାରେ ୧୫୦ ଫୁଟ ଉଚ୍ଚତାର ଜାତୀୟ ପତାକା ଉତ୍ତୋଳନ କରିଥଲେ। ଏଥିସହିତ ସେ ନେତାଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
from Odisha Reporter http://bit.ly/2Vi2Bap
No comments:
Post a Comment