ରାଜ୍ୟରେ କୋଲଡ୍ ୱେଭ୍‌ କଣ୍ଡିସନ୍ ସତର୍କତା ଜାରି , ଆଉ କେତେ ଦିନ ଜାଡ଼ ରହିବ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ରାଜ୍ୟରେ କୋଲଡ୍ ୱେଭ୍‌ କଣ୍ଡିସନ୍ ସତର୍କତା ଜାରି , ଆଉ କେତେ ଦିନ ଜାଡ଼ ରହିବ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଡ଼ଭଙ୍ଗା ଜାଡରେ ଥରୁଛି ସାରା ଓଡ଼ିଶା। କନ୍ଧମାଳ ଦାରିଙ୍ଗିବାଡ଼ିରେ ପାରଦ ୩ ଡିଗ୍ରୀରେ ପହଞ୍ଚିଥିବା ବେଳେ ରାଜଧାନୀରେ ୮ ଡିଗ୍ରୀକୁ ଖସି ଆସିଛି ତାପମାତ୍ରା। ରାଜ୍ୟର ଅନେକ ସ୍ଥାନରେ ଆଜି ପାରଦ ୧୦ ଡିଗ୍ରୀ ତଳେ ରହିଛି। ରାଜଧାନୀରୁ ରାଉରକେଲା, କନ୍ଧମାଳରୁ କୋରାପୁଟ ସବୁଠି ଶୀତର ଶକ୍ତ ଉପସ୍ଥିତି ଜନଜୀବନକୁ ଅଥୟ କରିଛି। ସେପଟେ ରାଜ୍ୟରେ ଏଭଳି ସ୍ଥିତି ଆହୁରି ୫ ଦିନ ଧରି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଗଛଲତା ହେଉ କି ଘାସ ପଡ଼ିଆ। ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଛି ବୁନ୍ଦା ବୁନ୍ଦା କାକର । ପୁରା ବରଫ ପଡିବା ଭଳି ଲାଗୁଛି ଦୃଶ୍ୟ।  ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଦାରିଙ୍ଗିବାଡ଼ିର ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ପାରଦ ଖସିଛି ୩ ଡିଗ୍ରୀ ତଳକୁ ଫଳରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲାରେ ବି ପ୍ରବଳ ଥଣ୍ଡା ଅନୁଭୁତ ହେଉଛି ସଂଧ୍ୟା ନଇଁବା କ୍ଷଣି ଘରୁ ପଦାକୁ ବାହାରି ହେଉନି କି ଦିନ ୧୦ଟା ନବାଜିବା ଯାଏଁ ଘରୁ ଗୋଡ଼ କାଢ଼ି ହେଉନି। ଉପକୂଳରୁ ଉପାନ୍ତ, ସବୁଠି ଯେମିତି ଅଲିଖିତ କର୍ଫୁ ଜାରି କରିଛି ଏ ବର୍ଷର ଜାଡ଼।

ସେହିପରି ଡିସେମ୍ବରରେ ରାଜଧାନୀରେ ରେକର୍ଡ ଭାଙ୍ଗିଛି ଶୀତ।  ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଥିଲା ୮ ଦଶମିକ ୨ ଡିଗ୍ରୀ ସେଲସିୟସ। ପୂର୍ବରୁ ୧୯୯୨ରେ ତାପମାତ୍ରା ୮. ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେଦୃଷ୍ଟିରୁ ଶୀତ ସର୍ବକାଳୀନ ରେକର୍ଡ କରିଛି । ରାଜ୍ୟରେ ଆହୁରି ୫ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଏଥିପାଇଁ ସାରା ରାଜ୍ୟରେ କୋଲଡ୍ ୱେଭ୍‌ କଣ୍ଡିସନ୍ ସତର୍କତା ଜାରି କରାଯାଇଛି। ଏପଟେ ଶୀତ ପ୍ରକୋପ ବଢୁଥିବା ବେଳେ ନିରାଶ୍ରୟ ଓ ବାସହୀନଙ୍କ ଦୁର୍ଦ୍ଦଶା ବଢିଯାଇଛି। ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସରକାର ରାତ୍ର ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ ବି ଏଠାରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି।



from Odisha Reporter http://bit.ly/2Qbxee3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages