ଏଣିକି ମୋ ଫିଲ୍ମରେ ସେମିତି ସିନ୍‌ ଆପଣ ଦେଖିବେନି: ଇମ୍‌ରାନ୍‌ ହାସ୍‌ମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଏଣିକି ମୋ ଫିଲ୍ମରେ ସେମିତି ସିନ୍‌ ଆପଣ ଦେଖିବେନି: ଇମ୍‌ରାନ୍‌ ହାସ୍‌ମି

ମୁମ୍ୱାଇ: ଲୋକପ୍ରିୟ ଅଭିନେତା ଇମ୍‌ରାନ୍‌ ହାସ୍‌ମି ବର୍ତ୍ତମାନ ‘ଚିଟ୍‌ ଇଣ୍ଡିଆ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ଦିନେ କିସିଂ ସିନ୍‌ ପାଇଁ ଯୁବପିଢୀଙ୍କର ପ୍ରଥମ ପସନ୍ଦ ସାଜିଥିବା ଇମ୍‌ରାନ୍‌ଙ୍କୁ ଏହି ଫିଲ୍ନରେ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ।

ଏହି ଫିଲ୍ମଟି ଏକ ସରକାରୀ କଲେଜ୍‌ର କାହାଣୀ ଉପରେ ନିର୍ମାଣ ହୋଇଛି। ଏହି ସବୁ କଲେଜ୍‌ରେ କିପରି ପରୀକ୍ଷା ସମୟରେ କପି ହୋଇଥାଏ ଏବଂ ଛାତ୍ର ନିଜ ଟଙ୍କା ଓ ପାୱାର୍‌ ବଳରେ କିପରି ଡିଗ୍ରୀ ହାସଲ କରିଥାନ୍ତି, ତାହା ଦେଖିବାକୁ ମିଳିବ।

ଫିଲ୍ମରେ ଇମ୍‌ରାନ୍‌ଙ୍କୁ ଏକ ଶିକ୍ଷକ ରୂପରେ ଦେଖିବାକୁ ମିଳିବ। ନିକଟରେ ଦେଇଥିବା ଇଣ୍ଟରଭ୍ୟୁରେ ଇମ୍‌ରାନ୍‌ କହିଛନ୍ତି, “ଆମର ଶିକ୍ଷାବ୍ୟବସ୍ଥାରେ ଅନେକ ଅଭାବ ରହିଛି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରୀ ଆଣିବାର ଏକ ମାଧ୍ୟମ ହୋଇ ରହିଛି। ଯେଉଁଥିରେ ଯୁବପିଢୀଙ୍କୁ କିଛି ଶିକ୍ଷିବା ପାଇଁ ମିଳୁନାହିଁ। ଏହି ପ୍ରକାର ଶିକ୍ଷା ବ୍ୟବସ୍ଥା ରହିଲେ, ଆପଣଙ୍କ ପିଲା କେବେ ହେଲେ ଭବିଷ୍ୟତରେ ସଫଳତା ପାଇପାରିବ ନାହିଁ।“

ଇମରାନ୍‌ଙ୍କ ମତରେ- “ମୋ ପ୍ରଡକ୍ସନ୍‌ ହାଉସ୍‌ରେ ଆଗକୁ କେବେ ହେଲେ କିସିଂ ସିନ୍‌ ହେବ ନାହିଁ। ଏପରି ସିନ୍‌ ମଧ୍ୟ ମୁଁ କରିବି ନାହିଁ। ଏହା ମୋ ପାଇଁ ମୁଁ ସମ୍ପୁର୍ଣ୍ଣ ବ୍ୟାନ୍‌ କରିଛି। ଏହା କରିବା ଠିକ୍‌ ନୁହେଁ।”

ଏହାର କାଣର କ’ଣ ଜାଣନ୍ତି ?

ଇମ୍‌ରାନ୍‌ଙ୍କ ପୁଅ ବଡ଼ ହେଉଛି ବୋଲି ସେ କିସିଂ ସିନ୍‌ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।



from Odisha Reporter https://ift.tt/2A0U3LW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages