‘ଉଜ୍ଜ୍ଵଳା’ ଯୋଜନାରେ ପିସି କାରବାର ଚାଲିଛି: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

‘ଉଜ୍ଜ୍ଵଳା’ ଯୋଜନାରେ ପିସି କାରବାର ଚାଲିଛି: କଂଗ୍ରେସ

CONGRESS-PRESSER

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଉଜ୍ଜ୍ଵଳା’ ଯୋଜନାରେ ବ୍ୟାପକ ପିସି କାରବାର ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଉଜ୍ୱଳା ଯୋଜନାରେ ହେଉଥିବା ଘୋଟାଲାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଉଜ୍ୱଳା ଯୋଜନାର ସଫଳତାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବାହାସ୍ଫୋଟ ମାରୁଥିବାବେଳେ ଓଡ଼ିଶାରେ ବିନା ପିସିରେ ଏହି ଯୋଜନା ଚାଲିବା ସମ୍ଭବପର ହେଉନି। ଉଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ସମଗ୍ର ଦେଶରେ ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ବିତରଣ ଯୋଜନାରେ ୧,୬୨,୩୮,୦୬୯ ବିପିଏଲ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଥିଲା।

ଶ୍ରୀମତୀ ସାହୁ କହିଛନ୍ତି, ୨୦୧୬ ମେ’ ୧ରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାର ଶୁଭାରମ୍ଭ କରି ଦେଶର ୫ କୋଟି ବିପିଏଲ ପରିବାରଙ୍କୁ ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇ ଦେବାକୁ ଯେଉଁ ଘୋଷଣା କରିଥିଲେ ତାହା ସଂପୂର୍ଣ୍ଣ ଭାବରେ ଫେଲ୍‌ ମାରିଛି। ମାଗଣା ଗ୍ୟାସ ସଂଯୋଗ ନାରେ ଗ୍ୟାସ କନେକସନ୍ ପାଇଁ ୧୬୦୦ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ପଡ଼ିଲା ଓ ଏଥିରେ ଗ୍ୟାସ ସମେତ ଚୁଲା, ପାଇପ୍ ଓ ରେଗୁଲେଟରକୁ ମଧ୍ୟ ଯୋଗ କରିଦିଆଗଲା। ସରକାର ୫ଶହ ଟଙ୍କାର ରନ୍ଧନଗ୍ୟାସ ଚୁଲାକୁ ୯୯୦ ଟଙ୍କାରେ ବିକ୍ରୟ କରି ଗରିବ ହିତାଧିକାରୀଙ୍କୁ ଲୁଟୁଛନ୍ତି। ଏ ହରିଲୁଟରେ ସାମିଲ୍ ହୋଇ କେନ୍ଦ୍ର ସରକାର ଚୁଲା ତିଆରି କରୁଥିବା କମ୍ପାନୀମାନଙ୍କ ପାଖରୁ ବିନା ଟେଣ୍ଡରରେ ବ୍ୟାପକ ପିସି ଆଦାୟ କରିଛନ୍ତି।

ଗ୍ୟାସର ବଜାର ଦର ବିଗତ ତିନି ବର୍ଷରେ ପାଖାପାଖି ତିନିଗୁଣ ବୃଦ୍ଧି ପାଇବା ସହିତ ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆର୍ଥିକ ବୋଝ ସଦୃଶ ଏବଂ ଗ୍ୟାସ ଯୋଗାଣ କରୁଥିବା କମ୍ପାନୀ ମାନଙ୍କର ଲାଭାଂଶ କେତେ ପ୍ରତିଶତ ବଢ଼ିଛି ତା’ର ଉତର କେନ୍ଦ୍ରମନ୍ତ୍ରୀ ତୁରନ୍ତ ଲୋକଙ୍କ ପାଖରେ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି। ରାଜ୍ୟ ସରକାର ଉଜ୍ଜ୍ଵଳା ଯୋଜନାକୁ ନେଇ ନିଜର ପୂରା କାର୍ଯ୍ୟକ୍ରମ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରଖିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ହଜାର ହଜାର ଜାଲ ହିତାଧିକାରୀଙ୍କ ନାଁରେ ଭୁତ କନେକସନକୁ ନେଇ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କଂଗ୍ରେସ କହିଛି।

ସେହିପରି ଗ୍ୟାସର କଳାବଜାରୀ, ଗ୍ୟାସର ଓଜନରେ ତଞ୍ଚକତା, ସବସିଡି ଟଙ୍କା ଆକାଉଣ୍ଟକୁ ନଆସିବା ଓ ଆସିବାରେ ଅହେତୁକ ବିଳମ୍ବ ହେବା ଆଦି ସାମ୍ନାକୁ ଆସିବା ପରେ ରାଜ୍ୟ ଯୋଗାଣ ମନ୍ତ୍ରୀ ଏ ନେଇ କ’ଣ ପଦକ୍ଷେପ ନେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ ନ କରି ବିଜେଡି ଗୋଳିଆ ପାଣିରୁ ଫାଇଦା ନେବାକୁ ବସିଛି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏହି ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ବିହିତ ପଦକ୍ଷେପ ନେବାପାଇଁ କଂଗ୍ରେସ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2CfCWaN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages