ରଜନୀକାନ୍ତଙ୍କ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ରଜନୀକାନ୍ତଙ୍କ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ।

ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍‌ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। ଆଉ ଏହି ଗୀତ ହେବ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗ୍ରେଟେଷ୍ଟ ଟ୍ରିବ୍ୟୁଟ୍‌। ୟୁ ଟ୍ୟୁବ୍‌ରୁ ଦକ୍ଷିଣକାଳୀ ସିଂହ ବାଜା ଟିମ୍‌ର ଏହି ମନଛୁଆଁ ଧୁନ୍‌କୁ ଶୁଣିବା ପରେ ଫିଲ୍ମର ସଂଗୀତ ନିର୍ଦ୍ଦେଶକଙ୍କ ପକ୍ଷରୁ ଆସିଥିଲା ନିମନ୍ତ୍ରଣ। ପରେ ପୂରା ଟିମ୍‌ ଚେନ୍ନାଇ ଯାଇ ଗୀତର ରେକର୍ଡିଂ କରିଥିଲେ ରିବାସ ନାୟକ ଓ ତାଙ୍କ ସାଥୀ।

ଏହି ଧୁନର ଭିଡିଓ ରିଲିଜ ହେବା ପରେ ଦର୍ଶକଙ୍କ ରେସପନ୍ସ ବଢ଼ିଆ ହୋଇଥିବା ବେଳେ ତାମିଲ ଓ ପଶ୍ଚିମ ଓଡ଼ିଶାର ସଂସ୍କୃତିର ଏକ ବଡ଼ ମିଶ୍ରଣ ଦେଖିବାକୁ ମିଳିବ ସିଲ୍‌ଭର୍‌ ସ୍କ୍ରିନ୍‌ରେ। ‘ପେଟ୍ଟା’ରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତ୍ରିସା ଓ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ନଜର ଆସିବେ। ଆସନ୍ତା ଜାନୁୟାରୀ ୧୧ ତାରିଖରେ ରିଲିଜ ହେବ ଏହି ତାମିଲ ଫିଲ୍ମ।



from Odisha Reporter https://ift.tt/2EgV2eZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages