
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡଷ୍ଚ୍ରିକୁ କମ୍ବ୍ୟାକ୍ କରିଛନ୍ତି ଲୋକପ୍ରିୟ ଓଲିଉଡ୍ କମେଡିଆନ୍ ପପୁ ପମ୍ ପମ୍। ତେବେ ଏଥର ନୂଆ ଲୁକ୍ରେ ଆଉ ନୂଆ ଦାୟିତ୍ୱ ସହିତ। ସେ ‘ଚିର୍କୁଟ୍’ ନାମକ ଏକ ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି। ଆଜି ସେ ସଂପର୍କରେ ଶୁଭମହୁରତ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି। ତାଙ୍କୁ ଏ ଦିଗରେ ସହଯୋଗ ଦେଇଛନ୍ତି ବିଶିଷ୍ଟ ଚିତ୍ର ନିର୍ମାତା ଅକ୍ଷୟ ପରିଜା।
‘ଚିର୍କୁଟ୍’ ଫିଲ୍ମର ବିଶେଷତ୍ୱ ହେଲା, ଏଥିରେ ସମସ୍ତ କଳାକାର ନୂଆ। ହିରୋ ହିରୋଇନ୍ ଏବଂ ଆଉ ପ୍ରମୁଖ କଳାକାରମାନେ ସମସ୍ତେ ନୂଆ ବଡ଼ ପରଦାରେ ପାଦ ଦେଇଛନ୍ତି। ତେବେ ଏହି ସମୟରେ ‘ଓଡ଼ିଶା ରିପୋର୍ଟର’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପପୁ କହିଛନ୍ତି- ଅକ୍ଷୟ ପରିଜା କହିଲେ, ପପୁ ତମେ କାମକୁ ଫେରି ଆସ, ନହେଲେ ରୋଗ ମାଡ଼ିବସିବ। ମୁଁ କହିଲି ଗୋଟେ ସିନେମା କରିବି। ସେ କହିଲେ କର ମୁଁ ଅଛି।
ସେହିପରି ଏବେ ସେ କେମିତି ଅଛନ୍ତି ବୋଲି ପଚାରିବାରୁ ପପୁ କହିଥିଲେ- ଏବେ ଦେହରେ ରୋଗ ବୋଲି କିଛି ନାହିଁ। ଡାକ୍ତର କହିଛନ୍ତି କେବଳ ସପ୍ଲିମେଣ୍ଟ ଖାଇ ଟିକିଏ ଚେଙ୍ଗା ହେବି। ଯେତେ ଏକ୍ସରସାଇଜ୍ କରିବି ଓ ଖାଇବି ସେତେ ଶୀଘ୍ର ସୁସ୍ଥ ହେବି। ତେଣୁ ଭାବୁଛି ଖୁବ୍ଶୀଘ୍ର ମୁଁ ପୁଣି ଅଭିନୟକୁ ଫେରିବି। କାରଣ ସେଟା ମୋର ମୂଳ ଦକ୍ଷତା। ଶୁଣନ୍ତୁ ପପୁଙ୍କ ପୂରା ପ୍ରତିକ୍ରିୟା ତଳ ଭିଡିଓରୁ।
from Odisha Reporter https://ift.tt/2FYfOS0
No comments:
Post a Comment