ବିରାଟ ଭାରତୀୟ ଦଳର ଶକ୍ତିର ଉତ୍ସ: ବ୍ରାଡ୍‌ ହଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ବିରାଟ ଭାରତୀୟ ଦଳର ଶକ୍ତିର ଉତ୍ସ: ବ୍ରାଡ୍‌ ହଗ୍‌

ସିଡ୍‌ନୀ: ପଡ଼ିଆରେ ଆକ୍ରମଣାତ୍ମକ ଅନ୍ଦାଜ୍‌ ପାଇଁ ବେଶ୍‌ କିଛି ଦିନ ଧରି ସମାଲୋଚନାର ଶିକାର ହୋଇଆସୁଥିବା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ୍‌ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ୍‌ ସ୍ପିନର୍‌ ବ୍ରାଡ୍‌ ହଗ୍‌। ସେ କହିଛନ୍ତି ବିରାଟ ସମଗ୍ର ଦଳର ଶକ୍ତିର ଉତ୍ସ।

ସେ ଆହୁରି ମଧ୍ୟ କହିଛନ୍ତି, “ବିରାଟ୍‌ ଭାରତୀୟ ଦଳର ଶକ୍ତିର ଉତ୍ସ। ସେ ଦଳର ସ୍ପଷ୍ଟ ନେତା ଏବଂ ଅନ୍ୟମାନେ ତାଙ୍କଠାରୁ ପ୍ରେରଣା ପାଆନ୍ତି। ଏମିତିକ ସେ ଯେମିତି ଉଚ୍ଚକୋଟୀର ପ୍ରଦର୍ଶନ କରନ୍ତି ଅନ୍ୟମାନଙ୍କଠାରୁ ମଧ୍ୟ ସେ ସେଭଳି ପ୍ରଦର୍ଶନ ଆଶା କରିଥାନ୍ତି।”

ହଗ୍‌ ଆହୁରି ମଧ୍ୟ କହିଛନ୍ତି, ସେ କେବଳ ଅନ୍ୟମାନଙ୍କଠାରୁ ଆଶା କରନ୍ତିନି, ବରଂ ଯାହା ଅନ୍ୟମାନଙ୍କଠାରୁ ଆଶା କରିଥାନ୍ତି ତାହା ନିଜଠାରେ ମଧ୍ୟ ଆଗୁଆ ପ୍ରୟୋଗ କରିଥାନ୍ତି।

ତାଙ୍କ ବ୍ୟାଟିଂର ପ୍ରଶଂସା କରି ହଗ୍‌ କହିଛନ୍ତି, ବିରାଟ୍‌ ଭିନ୍ନ ଏକ ସ୍ତରର ବ୍ୟାଟ୍‌ସମ୍ୟାନ୍‌। ସେ ସମସ୍ତଙ୍କଠାରୁ ଭିନ୍ନ। ସେ ବାଉଣ୍ଡରୀରେ ଯେତିକି ସଫଳ, ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ଏବଂ ବିଜୟ ଆଡ଼କୁ ଦଳକୁ ଆଗେଇ ନେବାରେ ମଧ୍ୟ ସେ ସେତିକି ସଫଳ। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିବାପାଇଁ ସମତୁଲତା ରଖିବାକୁ ହେବ। ଉଭୟ ଦଳ ଜଣେ ଦ୍ରୁତ ବୋଲର-ଅଲ୍‌ରାଉଣ୍ଡର ଖେଳାଇପାରନ୍ତି ବୋଲି ସେ ଆଶା କରିଛନ୍ତି।



from Odisha Reporter http://bit.ly/2ShGi2A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages