ହ୍ରିତିକ୍‌ଙ୍କ ଫିଲ୍ମର ଡାଏଲଗ୍‌ କପି କରିଛନ୍ତି କି କଙ୍ଗନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ହ୍ରିତିକ୍‌ଙ୍କ ଫିଲ୍ମର ଡାଏଲଗ୍‌ କପି କରିଛନ୍ତି କି କଙ୍ଗନା!

ମୁମ୍ୱାଇ: ଆପଣଙ୍କୁ ତ ଜଣାଥିବ, ଗୋଟିଏ ସମୟରେ ହ୍ରିତିକ୍‌ ରୋଶନ୍‌ ଓ କଙ୍ଗନା ରଣାୱତ୍‌ଙ୍କ ସମ୍ପର୍କ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହି କାରଣରୁ ରିତିକ୍‌ଙ୍କର ସ୍ତ୍ରୀ ସୁଜେନ୍ ମଧ୍ୟ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପରେ କୌଣସି କାରଣରୁ ଦୁହିଁଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯାହା ବ୍ରେକ୍‌ଅପ୍‌ର କାରଣ ହୋଇଥିଲା। ସେବେଠାରୁ ଦୁଇ ପ୍ରେମୀଯୁଗଳଙ୍କୁ ଏକା ସଙ୍ଗରେ କେହି ଦେଖିନାହାନ୍ତି।

କିନ୍ତୁ ଏହି ଚର୍ଚ୍ଚିତ ଯୋଡିଙ୍କ ଚର୍ଚ୍ଚା ଏବେ ପୁଣି ଚର୍ଚ୍ଚାରେ। କଥାଟା ବିଲକୁଲ୍‌ ଫିଲ୍ମି। ଆପଣ ଭାବୁଥିବେ ହୁଏତ ଦୁହେଁ ଏକାଠି କୋଉ ଫିଲ୍ମରେ ଅଭିନୟ କରୁଛନ୍ତି ବୋଧେ । ଏଇଆ ତ ?

ନାଇଁ ଆଜ୍ଞା, ସେମିତି ନୁହେଁ। ବାସ୍ତବରେ ଫିଲ୍ମର ଡାଏଲଗ୍‌ ଚୋରିକୁ ନେଇ ଉଭୟଙ୍କ ଉପରେ ଲାଗିଛି ଲାଞ୍ଝନା। ଆଉ ଏହି ଡାଏଲଗ୍‌ ଏବେ ଚର୍ଚ୍ଚାରେ।

କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ର ଟ୍ରେଲର୍‌ ରିଲିଜ୍‌ ହୋଇ ସାରିଛି।
ଯେଉଁଥିରେ ଫ୍ୟାନ୍ସ୍‌ କଙ୍ଗନାଙ୍କର ଅଭିନୟକୁ ବେଶ୍‌ ପସନ୍ଦ କରିଛନ୍ତି। କିନ୍ତୁ ସୋଶାଲ ମିଡିଆରେ କଙ୍ଗନାଙ୍କ ଫିଲ୍ମର ଗୋଟିଏ ସିନ୍‌ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ରିତିକ୍‌ ରୋଶନ୍‌ଙ୍କ ଫିଲ୍ମର ଡାଏଲଗ୍‌କୁ ରିପିଟ୍‌ କରୁଛନ୍ତି।

ରିତିକ୍‌ ରୋଶନ୍‌ ଫିଲ୍ମ ‘ମହେନଞ୍ଜୋଦାରୋ’ର ଗୋଟିଏ ସିନ୍‌ରେ କବୀର୍‌ ବେଦୀ ରିତିକ୍‌ଙ୍କୁ ପ୍ରଶ୍ନ କରିଥିଲେ, କ୍ୟା ଅନ୍ତର୍‌ ହୈ, ତୁଝମୈ ଔର୍‌ ମୁଝମୈ? ଏହାର ଜବାବରେ ହ୍ରିତିକ୍‌ କହିଥିଲେ, “ଅନ୍ତର ହୈ, ତୁ ‘ମହେନଞ୍ଜୋଦାରୋ’ ପର ରାଜ୍‌ କରନା ଚାହତା ହୈ, ଔର୍‌ ମେ ସେବା”।

ଠିକ୍‌ ଏହିପରି ଡାଏଲଗ୍‌ ‘ମଣିକର୍ଣ୍ଣିକା’ରେ ମଧ୍ୟ ରହିଛି। କଙ୍ଗନା ଟ୍ରେଲର୍‌ରେ ଏହି ଡାଏଲଗ୍‌କୁ କହୁଥିବାର ଦେଖାଯାଇଛି।

ଯେଉଁଥିରେ କଙ୍ଗନା କହୁଛନ୍ତି, “ଝାନ୍‌ସୀ ଆପ୍‌ ଭି ଚାହତେ ହୈ ଔର୍‌ ମେଁ ଭି, ଫର୍କ ସିର୍ଫ୍‌ ଇତନା ହୈ, ଆପ୍‌କୋ ରାଜ୍ କରନା ହୈ ଔର୍‌ ମୁଝେ ଅପନୋଁ କି ସେବା”।

ଦୁହିଁଙ୍କ ଫିଲ୍ମର ଡାଏଲଗ୍‌କୁ ଏକାଠି କରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସ ଏହାକୁ ଟ୍ରୋଲ୍‌ ମଧ୍ୟ କରୁଛନ୍ତି। ରିତିକ୍‌ଙ୍କ ଫିଲ୍ମ ‘ମୋହନ୍‌ଜୋ ଦାରୋ’ ୨୦୧୬ରେ ରିଲିଜ୍‌ ହୋଇଥିଲା। ଯେଉଁଥିରେ ଆଶୁତୋଷ ଗୋବାରେକର୍‌ ନିର୍ଦ୍ଦେଶନା ଦେଇଥିଲେ।



from Odisha Reporter http://bit.ly/2CuEY7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages