
ନୂଆଦିଲ୍ଲୀ:ବାଜାଜ୍ ଇଣ୍ଡିଆ ପକ୍ଷରୁ ଭାରତରେ ଏକ ନୂତନ ମଡେଲ ବାଇକ୍ ଲଞ୍ଚ କରାଯାଇଛି। 2018 Bajaj Platina ନାମରେ ଲଞ୍ଚ କରାଯାଇଥିବା ଏହି ବାଇକ୍ଟି ପୁରୁଣା ମଡେଲଠାରୁ ଯଥେଷ୍ଟ ଉନ୍ନତ ଶ୍ରେଣୀର ତିଆରି କରାଯାଇଛି। କମ୍ପାନୀ ପକ୍ଷରୁ ଏହି ବାଇକ୍ର ମୂଲ୍ୟ ୪୯,୩୦୦ ଟଙ୍କା ରହିଛି। ନୂଆ ବାଜାଜ୍ ପ୍ଲାଟିନା ରେଗୁଲାର ଭର୍ସନ ତୁଳାରେ କେତେକ ଫିଚର ବଦଳାଯାଇଛି। ଏଥିସହିତ କିଛି ଅପ୍ଡେଟ୍ ମଧ୍ୟ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ବାଇକ୍ଟି ଖାସ୍ ହୋଇଥିବା ବେଳେ ଅଧିକ ପାୱାରକୁଲ୍ ସିଷ୍ଟମ ଯୋଡ଼ା ଯାଇଛି।
ନୂଆ ବାଜାଜ୍ ପ୍ଲାଟିନାରେ ୧୧୦ ଫ୍ରଣ୍ଟ୍ ଡିସ୍କ୍ ଫର୍ମାଟ୍ ବି ଉପଲବ୍ଧ ଅଛି। ସେହିପରି ଏଥିରେ ବଡି ଗ୍ରାଫିକ୍ସ ଏବଂ LED DRL କଲର ବ୍ଲାକ ରଖାଯାଇଛି। ଆଉ ଏକ ବିଶେଷତ୍ୱ ହେଉଛି ନୂଆ ବାଇକ୍ରେ Anti Skid Breaking System ଦିଆଯାଇଛି।
ଏହାର ଇଞ୍ଜିନ୍ ୧୧୫ ସିସି ହୋଇଥିବା ବେଳେ ଏହା ଏବିଏସ୍ ମାନର। ୯.୮8Nm pick torque କ୍ଷମତା ବିଶିଷ୍ଟ ଏହି ଇଞ୍ଜିନ୍ ୮.୫ ବିଏଚ୍ପି ପାୱାର ସୃଷ୍ଟି କରିବାରେ କ୍ଷମତା ରଖେ। ମାଇଲେଜ୍ ଓ ଷ୍ଟାଇଲିସ୍ ଦୃଷ୍ଟିରୁ ଏହି ବାଇକ୍ଟି ବେଶ୍ ଭଲ। ଘଣ୍ଟା ପ୍ରତି ଏହି ବାଇକ୍ଟି ୮୦ କିମି ବେଗରେ ଦଉଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2PmrSMv
No comments:
Post a Comment