ଏହି ମହାନ ଖେଳାଳିଙ୍କ ରେକର୍ଡ ସହ ସମକକ୍ଷ ହେଲେ ପୂଜାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଏହି ମହାନ ଖେଳାଳିଙ୍କ ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ଟେଷ୍ଟ୍‌ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କେବଳ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ତାହା ନୁହେଁ, ବରଂ ସେ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ସହ ସମକକ୍ଷ ମଧ୍ୟ ହୋଇଛନ୍ତି।

ଟିମ୍‌ ଇଣ୍ଡିଆ ୮୫ ରନ୍‌ରେ ୬ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ବିପକ୍ଷରେ ସଂଘର୍ଷ କରୁଥିଲା। କିନ୍ତୁ ପୂଜାରା ଟେଲ୍‌ଣ୍ଡରମାନଙ୍କୁ ସାଥୀରେ ଧରି ଦଳୀୟ ସ୍କୋରକୁ ୨୫୦ରେ ପହଞ୍ଚାଇଥିଲେ।

ଏହି ସଂଘର୍ଷପୂର୍ଣ୍ଣ ଇନିଂସ୍‌ରେ ପୂଜାରା ଶତକ ମଧ୍ୟ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ୧୬ତମ ଶତକ। ଏହି ୧୬ତମ ଶତକ ସହ ପୂଜାରା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଟେଷ୍ଟ ଶତକ ସଂଖ୍ୟା ସହ ସମକକ୍ଷ ହୋଇଛନ୍ତି। ଗାଙ୍ଗୁଲି ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୧୬ଟି ଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୬୫ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ପୂଜାରା ୨୩୧ଟି ବଲ୍‌ରେ ୧୬ତମ ଶତକ ହାସଲ କରିଥିଲେ।
ଅନ୍ୟପକ୍ଷରେ ଗାଙ୍ଗୁଲି ୧୩୩ଟି ମ୍ୟାଚ୍‌ରେ ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ପୂଜାରା ୬ଷ୍ଠ ଭାରତୀୟ ଭାବେ ଏସିଆ ବାହାରେ ଖେଳା ଯାଉଥିବା କୌଣସି ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି।
ପୂଜାରା ଆଜିର ଇନିଂସ୍‌ରେ ୨୬୪ ବଲ୍‌ରେ ୧୨୩ ରନ୍‌ କରିଥିଲେ। ତେବେ ସେ ଶେଷରେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍‌ ହରାଇ ୨୫୦ ରନ୍‌ କରିଛି।



from Odisha Reporter https://ift.tt/2zJH9C2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages