୨୦୧୯ ପୁଟିନ, ଟ୍ରମ୍ପ ଓ ଭାରତ ପାଇଁ ଶୁଭଙ୍କର ନୁହେଁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

୨୦୧୯ ପୁଟିନ, ଟ୍ରମ୍ପ ଓ ଭାରତ ପାଇଁ ଶୁଭଙ୍କର ନୁହେଁ!

ୱାଶିଂଟନ୍‌: ଶେଷ ପାହାଚରେ ପହଞ୍ଚିଛି ୨୦୧୮। ଆଉ ମାତ୍ର କିଛି ଘଣ୍ଟା ପରେ ଭାରତ ସମେତ ଏକାଧିକ ରାଷ୍ଟ୍ର ୨୦୧୯କୁ ସ୍ୱାଗତ କରିବେ। ଏବେ ଠାରୁ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ୨୦୧୯ ପ୍ରବେଶ କରି ସାରିଲାଣି। କିନ୍ତୁ ସର୍ବଦା ସଠିକ୍‌ ଭବିଷ୍ୟବାଣୀ କରୁଥିବା ବୁଲଗେରିଆର ମହିଳା ବାବା ଭାଙ୍ଗା ୨୦୧୯ ଆଦୌ ଶୁଭଙ୍କର ହେବନାହିଁ ବୋଲି ପୂର୍ବାନୁମାନ କରିଛନ୍ତି।

ବିଶେଷ କରି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ସମେତ ଏସିଆ ମହାଦେଶ ପାଇଁ ୨୦୧୯ ଆଦୌ ଶୁଭଙ୍କର ହେବନାହିଁ ବୋଲି ଭାଙ୍ଗା ପୂର୍ବାନୁମାନ କରିଛନ୍ତି।

ବାବା ଭାଙ୍ଗା୨୦୦୧ ମସିହା ୯/୧୧ ଆତଙ୍କବାଦୀ ହମ୍‌ଲା ସମ୍ପର୍କରେ ସଠିକ୍‌ ପୂର୍ବାନୁମାନ କରିଥିଲେ। ସେ କହିଥିଲେ ଦୁଇଟି ଉଡ଼ନ୍ତା ଷ୍ଟିଲ ପକ୍ଷୀ ଦ୍ୱାରା ଆମେରିକା ଉପରେ ବଡ଼ଧରଣ ହମ୍‌ଲା ହେବ। ସେ ୧୯୮୯ରେ ଏଭଳି ପୂର୍ବାନୁମାନ କରିଥିବା ବେଳେ ୨୦୦୧ରେ ଏହା ଘଟିଥିଲା। ଏଥିସହ ସେ ୨୦୦୪ ମସିହାର ଭୟଙ୍କକର ସୁନାମୀ, ୨୦୧୦ରୁ ଆରବରେ ବିବାଦୀୟ ପରିସ୍ଥିତି ଓ ଆଇଏସ୍‌ ଆତଙ୍କବାଦୀଙ୍କ ଉପସ୍ଥିତି କଥା ମଧ୍ୟ ପୂର୍ବାନୁମାନ କରିଥିଲେ। ୧୨ ବର୍ଷ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସେ ସାଧାରଣ ମଣିଷଙ୍କ ଭଳି ସବୁ କାମ କରିପାରୁ ଥିଲେ। ଏପରି କି ସେ ଲେଖିଥିବା ବହିରେ ଥିବା ତଥ୍ୟ ସର୍ବଦା ସତ ପ୍ରମାଣିତ ହୋଇ ଆସୁଛି।

୨୦୧୯ ସମ୍ପର୍କରେ ବାବା ଭାଙ୍ଗା କରିଥିବା ପୂର୍ବାନୁମାନ ଅନୁଯାୟୀ, ୨୦୧୯ରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ତାଙ୍କର ଜଣେ ଅଙ୍ଗରକ୍ଷୀ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିବେ। କିନ୍ତୁ ଏଥିରେ ପୁଟିନ୍‌ଙ୍କ ମୃତ୍ୟୁ ହେବ କି ନାହିଁ ସେକଥା ସେ କହିନାହାନ୍ତି।

ଏଥିସହ ସେ ଆମେରିକା ରାଷ୍ଟ୍ରପତି (ଡୋନାଲ୍ଟ ଟ୍ରମ୍ପ) ଏକ ଭୟଙ୍କର ଅଚିହ୍ନା ରୋଗରେ ଆକ୍ରାନ୍ତ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ରୋଗ ଯୋଗୁ ସେ କାଲା ହୋଇଯିବେ ଓ ତାଙ୍କୁ କିଛି ଶୁଣାଯିବନାହିଁ। ଏପରି କି ତାଙ୍କ ବ୍ରେନ୍‌ ଷ୍ଟ୍ରୋକ ହେବାର ମଧ୍ୟ ଆଶଙ୍କା ରହିଛି।

ସେହିପରି ଏସିଆ ମହାଦେଶର ଭାରତ, ପାକିସ୍ତାନ, ଇଣ୍ଡୋନେସିଆ ଭଳି ରାଷ୍ଟ୍ରରେ ୨୦୦୪ ଭଳି ଏକ ବଡ଼ ଓ ଭୟଙ୍କର ସୁନାମୀ ଆସିବାର ଆଶଙ୍କା ରହିଛି। ଏହାଦ୍ୱାରା କୋଟି କୋଟି ଲୋକ ପ୍ରାଣ ହରାଇବେ। ଏହାବାଦ୍‌ ଆର୍ଥିକ ସଙ୍କଟ ଦେଇ ସାରା ବିଶ୍ୱ ଗତି କରିବ। ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେବ ସାରା ଦେଶ ବୋଲି ଭାନଗା କହିଛନ୍ତି।

୧୯୯୬ରେ ୮୫ ବର୍ଷୀୟ ଭାଙ୍ଗାଙ୍କ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ପୂର୍ବାନୁମାନ ବାରମ୍ବାର ସତ ହେଉଥିବା ଯୋଗୁ ସେ ଏବେ ବି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି।



from Odisha Reporter http://bit.ly/2Rrvhie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages