ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳାର ଗୁମର, ନୂଆବର୍ଷରେ ବିଶୃଙ୍ଖଳା ଘଟିବାର ଆଶଙ୍କା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳାର ଗୁମର, ନୂଆବର୍ଷରେ ବିଶୃଙ୍ଖଳା ଘଟିବାର ଆଶଙ୍କା 

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା ପ୍ରଦର୍ଶନ କରିଛନ୍ତି। ଯାହାର ଗୁମର ଏବେ ଖୋଲିଛି ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ଚିଠିରୁ। ସ୍ପେଶାଲ କ୍ରାଇମବ୍ରାଞ୍ଚ ଏସ୍‌ପି ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏଥିରେ ଆସନ୍ତାକାଲିଠୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାର୍ଟ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ଉଲ୍ଲେଖ ରହିଛି।

ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତା’ପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କେହି ବି ସେବାୟତଙ୍କ ସହ ଆଲୋଚନା କରିନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଭକ୍ତଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦେଖି ସେବାୟତ ବାଧ୍ୟ ହୋଇ ମନ୍ଦିର ଖୋଲି ନୀତି କରିଥିଲେ ବୋଲି ଚିଠିରେ ଲେଖାଯାଇଛି।

ଅନ୍ୟପକ୍ଷରେ ନୂଆବର୍ଷ ସମୟରେ ବି ଅନୁରୂପ ଘଟଣା ଘଟିବା ନେଇ ଚିଠିରେ ଆଶଙ୍କା ବ୍ୟକ୍ତ କରାଯାଇଛି। ସେବାୟତମାନେ ରାତି ୨ଟାରୁ ମନ୍ଦିର ଖୋଲି ଯଥାରୀତି ନୀତି ଆରମ୍ଭ କରିବେ ତେବେ ଅପରାହ୍ନ ୪ଟାରେ ସେମାନେ ଶ୍ରୀଜୀଉଙ୍କ ପହୁଡ଼ କରିଦେବେ ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହା ହେଲେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ ଏବଂ ଏହା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବା ଚିଠିରେ ଚେତାଇ ଦିଆଯାଇଛି। ଏପରିକି ଭକ୍ତମାନେ ବଳପୂର୍ବକ ମନ୍ଦିର ଭିତରେ ଧସେଇ ପଶିବାର ଆଶଙ୍କା ମଧ୍ୟ ରହିଛି।

ଏଭଳି ଘଟଣାକୁ ଏଡ଼ାଇବା ଲାଗି ପ୍ରଶାସନ ସତର୍କ ରହିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି।



from Odisha Reporter http://bit.ly/2GN9PzX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages