ଶୀତଦିନିଆ ତ୍ୱଚା ସମସ୍ୟାରୁ ଏମିତି ପାଆନ୍ତୁ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଶୀତଦିନିଆ ତ୍ୱଚା ସମସ୍ୟାରୁ ଏମିତି ପାଆନ୍ତୁ ସୁରକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ଅତ୍ୟଧିକ ଥଣ୍ଡା ହେତୁ ତ୍ୱଚାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ। ସାଧାରଣତଃ ଶୀତି ଦିନେ ତ୍ୱଚା ରୁକ୍ଷ ହେବା, ଫାଟିବା ଓ ଏଥିରେ ମଇଳା ଜମିବା ଆଦି ଦେଖାଦିଏ। ଏସବୁରୁ ମୁକ୍ତି ପାଇଁ ଏବଂ ଏକ ସୁନ୍ଦର, କୋମଳ ଓ ଚିକ୍କଣ ଚେହେରା ପାଇଁ ଅଧିକାଂଶ ଲୋକେ ନାନା ପ୍ରକାରର କସ୍‌ମେଟିକ୍ସ ପ୍ରଡକ୍ଟ ବ୍ୟବହାର କରନ୍ତି। ହେଲେ କସ୍‌ମେଟିକ୍ସରେ କେମିକାଲ୍‌ ମିଶୁଥିବାରୁ ଏହା ଆପଣଙ୍କ ତ୍ୱଚାକୁ ଠିକ୍‌ କରିବା ପରିବର୍ତ୍ତେ ଆହୁରି ବିଗାଡ଼ି ଦିଏ। କିନ୍ତୁ ଘରୋଇ ଉପାୟରେ କେମିତି ଶୀତି ଦିନେ ତ୍ୱଚାର ଯତ୍ନ ନେଇ ହେବ, ଆଜି ଆମେ ଆପଣଙ୍କୁ ସେ ବିଷୟରେ ବତାଇବୁ।

୧. ଶୀତ ଦିନେ ସାଧାରଣତଃ ତ୍ୱଚା ଶୁଷ୍କ ହୋଇ ଝାଉଁଳି ପଡ଼ିଥାଏ। ଏଥିପାଇଁ ପ୍ରଥମେ ୨ବୁନ୍ଦା ମହୁ, ୧ ଚାମଚ ଅଟା ଓ ୧ ଚାମଚ କ୍ଷୀରକୁ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ଶୁଖିଗଲେ ଧୋଇ ଦିଅନ୍ତୁ। ସପ୍ତାହକୁ ଅତି କମ୍‌ରେ ୨ଥର ଏପରି କରନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାରୁ ଶୁଷ୍କପଣ ଦୂର ହୋଇ ଏହା ଉଜ୍ଜ୍ୱଳ ଦିଶିବ।

୨. କଞ୍ଚା ଆଳୁକୁ ବାଟି ତା’ର ରସକୁ ମୁହଁ ଏବଂ ବେକରେ ମାଲିସ କରନ୍ତୁ । ୧୫ ମିନିଟ୍‍ ପରେ ଭଲଭାବେ ଧୋଇ ଦିଅନ୍ତୁ। ଦେଖିବେ, ଏପରି ନିୟମିତ କରିବା ଦ୍ୱାରା ମୁହଁ ଓ ବେକରେ ଥିବା କଳା ଅଂଶ ଧୀରେ ଧୀରେ କମିଯିବ।

୩. ଚାଉଳ ଗୁଣ୍ଡ ଓ ଲୁଣକୁ ଏକାଠି ଗୋଳାଇ ସେଥିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ । ଏହାକୁ ମୁହଁରେ ଘଷି ଘଷି ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ, ବ୍ଲାକ୍‍ ହେଡ୍ସ ସମସ୍ୟା କମିଯିବ।

୪. ଶୀତ ଦିନେ ତ୍ୱଚା ଅତ୍ୟଧିକ ଡ୍ରାଏ ହୋଇଯାଉଥିବାରୁ ଆମେ ମୟଶ୍ଚରାଇଜର୍‌ ଓ ଅଏଲ୍‌ର ବ୍ୟବହାର କରିଥାଉ। ଫଳରେ ତ୍ୱଚା ଅଏଲି ହୋଇଯାଏ ଓ ଏଥିରେ ମଇଳା ଜମି ବ୍ରଣ ମଧ୍ୟ ହୁଏ। ଏଥିପାଇଁ କାକୁଡ଼ି ରସକୁ ପ୍ରତି ଦିନ ମୁହଁରେ ଲଗାଇ ପରେ ଭଲଭାବେ ଧୋଇ ଦିଅନ୍ତୁ। ଦେଖିବେ, ମୁହଁର ବ୍ରଣ ଓ କଳା ଦାଗ ଧୀରେ ଧୀରେ କମିଯିବ।

୫. ଅଳ୍ପ କମଳାରସରେ ଅଳ୍ପ ଚନ୍ଦନ ପାଉଡ଼ର ଓ କଞ୍ଚା ହଳଦୀକୁ ବାଟି ମୁହଁରେ ଲଗାନ୍ତୁ। ୧୦ ମିନିଟ୍‍ ପରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ। ମୁହଁ ସତେଜ ଦେଖାଯିବ।

୬. ଶୀତ ଦିନେ ଆମେ ଶୀତରୁ ରକ୍ଷା ପାଇବା ପାଇଁ ଖରାରେ ଅନେକ ସମୟ ବସିଥାଉ। ଏହି ଖରା ତ୍ୱଚାକୁ ଟ୍ୟାନ୍‌ କରିଦିଏ ବା କଳା ପକାଇଦିଏ। ଏଥିପାଇଁ ୧ ଚାମଚ ମୂଳା ବଟା, ୨ଚାମଚ କାକୁଡ଼ି ପେଷ୍ଟ,୨ ଚାମଚ ଦହି,୧ ଚାମଚ ଗୋଲାପ ଜଳ,୧ ଚାମଚ ଚନ୍ଦନ ପାଉଡର, ଅଧାଚାମଚ କଞ୍ଚା ହଳଦି ବଟାକୁ ଏକାଠି ନେଇ ମୁହଁ ଓ ବେକରେ ଲଗାନ୍ତୁ। ୨୦ ମିନିଟ୍‍ ପରେ ନଖ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି ନିୟମିତ କଲେ ତ୍ୱଚାରୁ କଳା ଦାଗ ବା ଅଂଶ କମିଥାଏ ।

୭. ଶୀତଦିନେ ମୁହଁ ସହ ସମ୍ପୁର୍ଣ୍ଣ ଶରୀରର ତ୍ୱଚା ରୁକ୍ଷ ହୋଇଯାଏ। ତେଣୁ ଗାଧୋଇଲା ସମୟରେ ପାଣିରେ ଲେମ୍ବୁ ପତ୍ର, ପୋଦିନା ପତ୍ର, ତେଜ ପତ୍ର ଓ ତୁଳସୀ ପତ୍ରକୁ ସମାନ ପରିମାଣର ନେଇ ଏକ କପଡ଼ାରେ ବାନ୍ଧି ପାଣିରେ ପକାଇ, ସେହି ପାଣିରେ ଗାଧୁଆନ୍ତୁ। ଦେଖିବେ ତ୍ୱଚା କୋମଳ ହୋଇଯିବ।



from Odisha Reporter http://bit.ly/2SgFZVV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages