
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ୧୯୮୧ ମସିହା ଡିସେମ୍ବର ମାସ ୨୪ ତାରିଖରେ ତାଙ୍କର ଜନ୍ମ ହୋଇଥିଲେ।
ନିଜର ୩୭ତମ ଜନ୍ମ ଦିନ ଅବସରରେ ଅନୁଭବ ତାଙ୍କ ‘ଅଟୋଗ୍ରାଫ୍’ ବଦଳାଇ ଦେଇଛନ୍ତି। ଗତକାଲି ସେ ଫେସ୍ବୁକ୍ରେ ଏନେଇ ଏକ ପୋଷ୍ଟ୍ କରିଥିଲେ। ‘ଅଟୋଗ୍ରାଫ୍’ରେ ସେ ଇଂରାଜୀରେ ତାଙ୍କ ନାଁ ଲେଖୁଥିବା ବେଳେ ଏବେ ତା’ପୂର୍ବରୁ ଓଡ଼ିଆରେ ‘ଅ’ ଲେଖିବେ। ସେ ତାଙ୍କ ଫେସ୍ବୁକ୍ ପୋଷ୍ଟରେ ଏହି ନୂଆ ଅଟୋଗ୍ରାଫ୍କୁ ଦର୍ଶାଇଛନ୍ତି। ଏଥିରେ ସେ ‘ଅAnubhab’ ଲେଖିଛନ୍ତି।
ତେବେ କ’ଣ ପାଇଁ ଅନୁଭବ ତାଙ୍କ ଅଟୋଗ୍ରାଫ୍ରେ ବଦଳାଇଲେ, ସେ ସଂପର୍କରେ ଜଣାପଡ଼ି ନାହିଁ। ସେ ବି ଫେସ୍ବୁକ୍ ପୋଷ୍ଟ୍ରେ ଏ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି। ତେବେ ଯେହେତୁ ସେ ସବୁବେଳେ ଓଡ଼ିଶା ଏବଂ ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରନ୍ତି ବୋଲି କହନ୍ତି, ସେଥିପାଇଁ ହୁଏତ ଏମିତି କରିଥାଇପାରନ୍ତି।
from Odisha Reporter http://bit.ly/2AdVBSV
No comments:
Post a Comment