‘ସେକ୍ସ ସିଡି’ ମାମଲା ସହିତ ଜଡ଼ିତ ସାମ୍ବାଦିକ ଏବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

‘ସେକ୍ସ ସିଡି’ ମାମଲା ସହିତ ଜଡ଼ିତ ସାମ୍ବାଦିକ ଏବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ରାୟପୁର: ଗତବର୍ଷ ‘ସେକ୍ସ ସିଡି’ ଅଧ୍ୟାୟରେ ବେଶ୍‌ ଚର୍ଚ୍ଚାକୁ ଆସିଥିବା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ରାଜନୀତିକ ପରାମର୍ଶଦାତାଭାବେ ନିଯୁକ୍ତି ପାଇଛନ୍ତି। ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ନିଯୁକ୍ତ ୪ ଜଣ ପରାମର୍ଶଦାତାଙ୍କ ମଧ୍ୟରୁ ସେ ଅନ୍ୟତମ।

ବର୍ମାଙ୍କ ବ୍ୟତୀତ ଜଣେ ସାମ୍ବାଦିକ ତଥା କଂଗ୍ରେସର ଯୋଗ ଦେଇଥିବା ଏକ ହିନ୍ଦୀ ଦୈନିକର ପୂର୍ବତନ ସମ୍ପାଦକ ରୁଚିର ଗର୍ଗ ମଧ୍ୟ ଗଣମାଧ୍ୟମ ପରାମର୍ଶଦାତାଭାବେ ଯୋଗ ଦେଇଛନ୍ତି।

ସେହିଭଳି ପ୍ରଦୀପ ଶର୍ମା ଯୋଜନା, ନୀତି, କୃଷି ଏବଂ ଗ୍ରାମୀଣ ବିକାଶ ପରାମର୍ଶଦାତାଭାବେ ନିଯୁକ୍ତ ହୋଇଛନ୍ତି। ରାଜେଶ ତିୱାରୀ ସଂସଦୀୟ ପରାମର୍ଶଦାତାଭାବେ ନିଯୁକ୍ତ ହୋଇଛନ୍ତି।

ବର୍ମା ୨୦୧୭ ମସିହାରେ ଗାଜିଆବାଦ୍‌ଠାରୁ ଗିରଫ ମଧ୍ୟ ହୋଇଥିଲେ। ବିଜେପି ନେତା ପ୍ରକାଶ ବଜାଜ୍‌ ତାଙ୍କ ନାମରେ ବ୍ଲାକ୍‌ମେଲ୍‌ ଅଭିଯୋଗ ଆଣିବାପରେ ରାୟପୁର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେ ବଜାଜ୍‌ଙ୍କୁ ଫୋନ୍‌ କରି ଧମକାଉଥିଲେ ଯେ ବଜାଜ୍‌ଙ୍କ ଆକାଙ୍କ ସେକ୍ସ ଭିଡିଓ ତାଙ୍କ ପାଖରେ ଅଛି। ଏହି ଭିଡିଓ ପୂର୍ବତନ ପୂର୍ତ୍ତବିଭାଗ ମନ୍ତ୍ରୀ ରାଜେଶ ମୁନତ୍‌ଙ୍କର ବୋଲି ଚର୍ଚ୍ଚା ହୋଇଥିଲା।

ଏପରିକି ବର୍ମାଙ୍କ ଘର ଉପରେ ପୁଲିସ୍‌ ଚଢ଼ଉରୁ ୫୦୦ ସିଡି ଏବଂ ପେନ୍‌ଡ୍ରାଇଭ୍‌ ଜବତ ହୋଇଥିଲା। ମୁନତ୍‌ ଅଭିଯୋଗ ଆଣିଥିଲେ ତାଙ୍କୁ ବଦନାମ୍‌ କରିବାପାଇଁ ଏହି ଫେକ୍‌ ସେକ୍ସ ସିଡି ବଣ୍ଟାଯାଉଛି। ପୁଲିସ୍‌ ବର୍ମାଙ୍କୁ ଗିରଫ କରିଥିଲେ ମଧ୍ୟ ନିର୍ଦ୍ଧାରିତ ୬୦ ଦିନରେ ଚାର୍ଜଶିଟ୍‌ ଦାଖଲ କରିବାରେ ବିଫଳ ହୋଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବରରେ ବାଘେଲ, ବର୍ମା ଏବଂ ଅନ୍ୟ ୩ ଜଣଙ୍କ ନାମରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ସେମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୪୬୯, ୪୭୧ ଏବଂ ୧୨୦ବି ଅଧୀନରେ ମାମଲା ରୁଜୁ ହୋଇଛି। ବର୍ମା ଏବଂ ବାଘେଲ ଏହାକୁ ଅସ୍ୱୀକାର କରିଆସୁଛନ୍ତି।



from Odisha Reporter http://bit.ly/2Sjg4gs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages