‘ଟ୍ରକଗୁଡ଼ାକ ମାଗଣାରେ ମିଳୁଛି, ସେ ସବୁ କଥା ମୋ ସ୍ତ୍ରୀ ବୁଝୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

‘ଟ୍ରକଗୁଡ଼ାକ ମାଗଣାରେ ମିଳୁଛି, ସେ ସବୁ କଥା ମୋ ସ୍ତ୍ରୀ ବୁଝୁଛି’

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): “ମୋ ଘରେ ଶୋଇବାକୁ ଖଟ ନାହିଁ, ଭିଜିଲାନ୍ସବାଲା କ’ଣ ପାଇବେ ଏଠୁ। ଏଇଟା ଗୋଟେ ହାସ୍ୟାସ୍ପଦ କଥା। ମୋ ଘରେ ପୁଣି ଭିଜିଲାନ୍ସ ରେଡ୍‌।”

ଏମିତି କହି ରଞ୍ଜନ୍‌ ସାର୍‌ ହସିଲେ ଆଉ ମିଡ଼ିଆ ସାମ୍ନାରେ ନିଜର ବୋଲି କିଛି ନ ଥିବା କଥା କହିଲେ। ହେଲେ ସାର୍‌ଙ୍କ କଥାକୁ ସତ ବୋଲି ଭାବିବାକୁ ଟିକେ ଅଡ଼ୁଆ ଲାଗୁଛି। କାରଣ ପାରିପାଶ୍ୱିକ ସ୍ଥିତି ସାର୍‌ଙ୍କ ପାଇଁ ଅନ୍ୟ କିଛି ଭାବିବାକୁ ବାଧ୍ୟ କରୁଛି। ଦାମିକିଆ ସୋଫାରେ ବସି ଗଣମାଧ୍ୟମକୁ ବାଇଟ୍‌ ଦେଉଥିବା ଲୋକର ଘରେ ଶୋଇବାକୁ ଖଟ ନାହିଁ ବୋଲି କହିବା କ’ଣ ଆପଣ ବିଶ୍ୱାସ କରିବେ କି ?

ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲା ଜମପଡ଼ା ଅଞ୍ଚଳରେ। ଜମପଡ଼ା ହାଇସ୍କୁଲ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଆୟ ବର୍ହିର୍ଭୁତ୍‌ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ଘରେ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲେ ହେଁ ରଞ୍ଜନ ସାର୍‌ ଏ କଥା ମାନିବାକୁ ପ୍ରସ୍ତୁତ ନ ଥିଲେ।

ତାଙ୍କ ମତରେ ତାଙ୍କ ଘରେ କିଛି ନାହିଁ। ସେ ଜଣେ ହାଇସ୍କୁଲ ଶିକ୍ଷକ। ଏଣୁ ତାଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି କୋଉଠୁ ଆସିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଏଣେ ଏ କଥା ମାନିଛନ୍ତି ଯେ, ତାଙ୍କ ନାଁରେ ୨ଟି ଓ ତାଙ୍କ ଧର୍ମପତ୍ନୀଙ୍କ ନାଁରେ କୁଆଡେ ୩ଟି, ଏହିପରି ମାତ୍ର ୫ଟି ଟ୍ରକ ତାଙ୍କର ଅଛି।

ତାଙ୍କ ଭାଷାରେ- “ଟ୍ରକ ସବୁ ମାଗଣାରେ ମିଳୁଛି। ମୋ ସ୍ତ୍ରୀ ପିଲା ରଖି ସେ ସବୁ ବୁଝାବୁଝି କରୁଛି। ଏଣୁ ସେଗୁଡାକ ମୋର ବୋଲି କହିବା ଠିକ୍‌ ନୁହେଁ।

ଜମିବାଡି କଥା ପଚାରିବାରୁ ସାର୍‌ କହିଛନ୍ତି ତାଙ୍କ ଭଉଣୀମାନେ ଆଉ ତାଙ୍କ ମା’ ତାଙ୍କ ନାଁରେ କୁଆଡେ କାଗଜପତ୍ର କରି ଦେଇ ଯାଇଛନ୍ତି। ଏ ସବୁ ପ୍ରତୃକ। ତେଣୁ ଏହାକୁ କଳାଧନ ବୋଲି ବିଚାର କରା ନ ଯାଉ।

ସୂଚନାଯୋଗ୍ୟ, ଚଢ଼ାଉ ବେଳେ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଓ ୫୦୦ ଗ୍ରାମ ସୁନା ଗହଣା ସହ ଅନେକଗୁଡ଼ିଏ ସ୍ଥାବର, ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଜବତ ହୋଇଛି। ରଞ୍ଜନ ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ରଞ୍ଜନଙ୍କର ୫ଟି ଟ୍ରକ୍,ଦୁଇଟି ମୋଟର ସାଇକେଲ ଓ ଗୋଟିଏ କାର୍ ଥିବା ଜଣାପଡ଼ିଛି। ରଞ୍ଜନଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି।



from Odisha Reporter http://bit.ly/2EFupR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages