ବିଶ୍ୱାସରେ ବିଷ ଦେଲା ସାଙ୍ଗ: ନାବାଳିକା ଉଉଣୀକୁ ଉଠାଇ ନେଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ବିଶ୍ୱାସରେ ବିଷ ଦେଲା ସାଙ୍ଗ: ନାବାଳିକା ଉଉଣୀକୁ ଉଠାଇ ନେଇ…

telkoi

ତେଲକୋଇ (ଚିନ୍ମୟ କୁମାର ସାହୁ): କୁହାଯାଏ ବନ୍ଧୁତ୍ୱଠାରୁ ବଡ଼ ସମ୍ପର୍କ କିଛି ନାହିଁ। ବିଶ୍ୱାସର ଡୋରରେ ବନ୍ଧା ଏହି ସମ୍ପର୍କ ପାଇଁ ଜଣେ ଅନ୍ୟ ପାଇଁ ଜୀବନ ଦେଇପାରେ। ହେଲେ ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ ଯାହା ଏହି ସମ୍ପର୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥାଏ। ବିଶ୍ୱାସର ସେହି ଡୋର ଛିଡ଼ି ସର୍ବସ୍ୱ ଛାରଖାର ହୋଇଯାଇଥାଏ। ଯାହା କେନ୍ଦୁଝର ଜିଲ୍ଲାରେ ଲୋକଲୋଚନକୁ ଆସିଥିବା ଆଜିର ଘଟଣାକୁ ଦେଖିଲେ ଜାଣିହେବ।

ସ୍ଥାନୀୟ ପୁଲିସ୍ ତେଲକୋଇ ଥାନା ଅନ୍ତର୍ଗତ ଜନସନପୁରରୁ ଛତିଶଗଡ଼ରୁ ଅପହୃତ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ପରେ ସମସ୍ତେ ହତଚକିତ ହୋଇଯାଇଛନ୍ତି। ଜଣେ ବନ୍ଧୁ, ସମ୍ପର୍କରେ ବିଷ ଦେଇ ବନ୍ଧୁଙ୍କ ଭଉଣୀକୁ ଅପହରଣ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ଯୁବକ ଜିତେନ୍ଦ୍ର ଯାଦବଙ୍କୁ ଅଟକ ରଖିଛି। ତାଙ୍କ ଘର ଉତ୍ତରପ୍ରଦେଶର ବଲିୟା ଜିଲ୍ଲା ହଲଦି ଥାନା ଅନ୍ତର୍ଗତ ମଝଉଆଁ ଗାଁରେ ବୋଲି ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ପୁଲିସ୍‌ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ନାବାଳିକା ଜଣଙ୍କ ସୁସ୍ଥ ହେବା ପରେ ଆଜି ତାଙ୍କୁ କେନ୍ଦୁଝର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

ପୁଲିସ୍‌ର କହିବା ଅନୁସାରେ ଜିତେନ୍ଦ୍ର ଛତିଶଗଡ଼ର ରାୟପୁରରେ ଟ୍ରକ୍‌ ଚଲାଏ। ଏହି ସମୟରେ ରାୟପୁରର ଅନ୍ୟ ଜଣେ ଡ୍ରାଇଭର ସହ ତା’ର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଜିତେନ୍ଦ୍ର ସାଙ୍ଗ ଘରକୁ ଯିବା ଆସିବା କରୁଥିଲା। ଅନ୍ୟ କେଉଁଠି ରହିବା ପାଇଁ ସୁବିଧା ନ ଥିବାରୁ ସାଙ୍ଗ ଘରେ କିଛି ମାସ ହେବ ରହୁଥିଲା।

ଗତ ନଭେମ୍ବର ୮ ତାରିଖରେ ଜିତେନ୍ଦ୍ର ତା’ ସାଙ୍ଗର ନାବାଳିକା ଭଉଣୀକୁ ଅପହରଣ କରି ଛତିଶଗଡ଼ରୁ ଓଡ଼ିଶା ନେଇ ପଳାଇ ଆସିଥିଲା। ଓଡ଼ିଶାରେ ପ୍ରାୟ ୨୦ ଦିନ ହେବ ଜିତେନ୍ଦ୍ର ନାବାଳିକାକୁ ବିଭିନ୍ନ ସ୍ଥାନରେ ରଖିଥିଲା। ଏପରିକି ତାଙ୍କୁ ଦୁଷ୍କର୍ମ କରିବା ସହ କାହାରିକୁ କହିଲେ ମାରିଦେବାକୁ ଧମକ ଦେଇଥିଲା।

ତେବେ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ଜନସନପୁର ନିକଟ ଜଙ୍ଗଲରେ ନାବାଳିକାକୁ ମାଡ଼ ମାରୁଥିବାବେଳେ ସ୍ଥାନୀୟ ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା।



from Odisha Reporter https://ift.tt/2BpUgZd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages