ସିଦ୍ଧୁଙ୍କ ବିରୋଧରେ ୧୦୦୦ କୋଟିର ମାନହାନି ନୋଟିସ୍‌ ପଠାଇଲା ଜୀ-ମିଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ସିଦ୍ଧୁଙ୍କ ବିରୋଧରେ ୧୦୦୦ କୋଟିର ମାନହାନି ନୋଟିସ୍‌ ପଠାଇଲା ଜୀ-ମିଡିଆ

ନୂଆଦିଲ୍ଲୀ:ପୂର୍ବତନ କ୍ରିକେଟର  ତଥା ପଞ୍ଜାବର କଂଗ୍ରେସ ମନ୍ତ୍ରୀ  ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ‘ଜୀ ମିଡିଆ’ ପକ୍ଷରୁ ଏକ ମାନହାନି ନୋଟିସ୍‌ ପଠାଯାଇଛି। ଜୀ ନ୍ୟୁଜ୍‌ ପ୍ରସାରଣ କରିଥିବା ଏକ ଭିଡିଓକୁ କାଣ୍ଟଛାଣ୍ଟ କରି ମିଥ୍ୟା ଖବର ଭାବେ ପ୍ରସାରଣ କରାଯାଇଥିବା ସିଦ୍ଧୁ ଅଭିଯୋଗ ଆଣିବା ସହ ସଂସ୍ଥାର ସମ୍ପାଦକଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବାରୁ ଏହା ବିରୋଧରେ ଜୀ ମିଡିଆ ପକ୍ଷରୁ ଏଭଳି ଏକ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଛି।

ଏନେଇ ସିଦ୍ଧୁଙ୍କ ବିରୋଧରେ ‘ଜୀ ମିଡିଆ କର୍ପୋରେଶନ’ ପକ୍ଷରୁ ସିଦ୍ଧୁଙ୍କ ବିରୋଧରେ ୧୦୦୦ କୋଟି ଟଙ୍କାର ମାନହାନିର ଲିଗାଲ ନୋଟିସ୍‌ ପଠାଯାଇଛି। ଏଥିସହ ନୋଟିସ୍‌ ପାଇବାର ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି। ଯଦି ସିଦ୍ଧୁ କ୍ଷମା ନମାଗନ୍ତି ତେବେ ମାମଲାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ  ଆମେ ଆଇନ୍‌ର ପ୍ରାବଧାନ ଅନୁଯାୟୀ ଯିବୁ ବୋଲି ଜୀ ନ୍ୟୁଜ୍‌ର ଏଡ଼ିଟର ସୁଧୀର ଚୌଧୁରୀ ଟ୍ୱିଟ୍‌ କରି ଜଣାଇଛନ୍ତି। ନୋଟିସ୍‌ରେ କୁହାଯାଇଛି ଯେ ସିଦ୍ଧୁ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ।

ସୂଚନା ଅନୁଯାୟୀ, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜସ୍ଥାନର ସିଦ୍ଧୁଙ୍କର ଏକ ନିର୍ବାଚନୀ ସଭାରେ ପାକିସ୍ତାନ ଜିନ୍ଦାବାଦ୍‌ ନାରାବାଜି ହୋଇଥିବା ଏକ ଭିଡିଓକୁ ନେଇ ଜୀ ନ୍ୟୁଜ୍‌ ପକ୍ଷରୁ ପ୍ରସାରଣ କରାଯାଇଥିଲା। ତେବେ ଏହି ଭିଡିଓ ମିଛ ବୋଲି ସିଦ୍ଧୁ କହିବା ସହ ଜୀ ନ୍ୟୁଜ୍‌ ବିରୋଧରେ ମାନହାନି ମାମଲା କରିବା କରିବା ପାଇଁ ଧମକ ଦେଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ଜୀ ନ୍ୟୁଜ୍‌ ପ୍ରସାରଣ କରିଥିବା ଭିଡିଓକୁ କାଣ୍ଟଛାଣ୍ଟ କରାଯାଇଥିବା ଅଭିଯୋଗ ଆଣିଥିଲେ।

ଏଥିସହ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। କହିଥିଲେ ଜୀ ନ୍ୟୁଜ୍‌ ବିରୋଧରେ ସେ ଏମିତି ମାନହାନି ମାମଲା ରୁଜୁ କରି କରିବେ ଯେମିତି ଜୀ ନ୍ୟୁଜର ‘ନାନି’ (ଆଈ) ମନେ ପଡ଼ିବ। ତେବେ ସିଦ୍ଧୁଙ୍କର ଏହି ଭାଷାକୁ ନେଇ ଜୀ ନ୍ୟୁଜ୍‌ ଆପତ୍ତି ଉଠାଇଥିଲା।  ଏଥିସହ ଭିଡିଓଟି ସତ୍ୟ ଏବଂ ଏଥିରେ କୌଣସି ଏଡିଟ୍‌ କରାଯାଇ ନଥିବା କୁହାଯାଇଛି।



from Odisha Reporter https://ift.tt/2Qy5Fk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages