ବିନା ଅନୁମତିରେ ବଣ୍ଡା ଘାଟିରେ ବୁଲିଲେ ବିଦେଶୀ ଦମ୍ପତି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ବିନା ଅନୁମତିରେ ବଣ୍ଡା ଘାଟିରେ ବୁଲିଲେ ବିଦେଶୀ ଦମ୍ପତି 

bonda

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବୁଲୁଥିବା ବେଳେ ଇଟାଲୀୟ ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି। ଏହି ଦମ୍ପତିଙ୍କ ନାଁ ଇଣ୍ଡିକୋ ସେସୋଦି ଏବଂ ଫ୍ରାଙ୍କ ସାଖା।

ସୂଚନା ଅନୁସାରେ ଦମ୍ପତି ଜଣେ ‘ଇଗନୋ’ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ।  ରାସ୍ତାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଖଇରପୁଟ ତହସିଲଦାର ଘାଟିରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଡିଆରଡିଏ ପିଡି ଲିଙ୍ଗରାଜ ପଣ୍ଡାଙ୍କ ନିକଟରେ ପହଞ୍ଚାଇ ଥିଲେ। ପଚରାଉଚରା ସମୟରେ ଉଭୟେ ଗୃହ ବିଭାଗର ଅନୁମତି ଆଣିନଥିବା ସ୍ଵୀକାର କରିଥିଲେ।

ପୂର୍ବ ଅନୁମତି ବିନା ଉକ୍ତ ଅଞ୍ଚଳରେ ପ୍ରବେଶ କରିବା ନିଷିଦ୍ଧ ବୋଲି ଉଭୟଙ୍କୁ ଜଣାଇବା ସଙ୍ଗେସଙ୍ଗେ ଭବିଷ୍ୟତରେ ଏପରି ନ କରିବା ପାଇଁ କହି ଶ୍ରୀ ପଣ୍ଡା ସେମାନଙ୍କୁ ଛାଡ଼ି ଦେଇଥିଲେ।



from Odisha Reporter http://bit.ly/2EEaX6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages