ତୈମୁରଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଏମିତି କହିଲେ କରୀନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ତୈମୁରଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଏମିତି କହିଲେ କରୀନା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ନିଜ ଫିଲ୍ମି କ୍ୟାରିୟର୍‌ ପାଇଁ ଯେତିକି ଚର୍ଚ୍ଚିତ, ତା’ଠୁ ଅଧିକ ପୁଅ ତୈମୁରଙ୍କ ପାଇଁ। ତୌମୁର ବୟସରେ ଏବେ ଅନେକ ସାନ, ହେଲେ ତାଙ୍କର ଫ୍ୟାନ୍‌ ଫଲୋଇଂ ବହୁତ ଅଧିକ। ତାଙ୍କ ନାଁରେ ଫେସ୍‌ବୁକ୍‌ରେ ଅନେକ ପେଜ୍‌ ମଧ୍ୟ ଚାଲିଛି। ତେବେ ବର୍ତ୍ତମାନ ତୈମୁରଙ୍କ ଫ୍ୟାନ୍‌ ଜାଣିବାକୁ ଚାହୁଁଛନ୍ତି ଯେ, ସେ କେବେ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ।

ତୈମୁରଙ୍କ ମାଆ ତଥା କରୀନା କପୁର ମାତ୍ର ୧୭ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ତୈମୁରଙ୍କୁ ନେଇ ଯେବେ ତାଙ୍କୁ ଏହି ପ୍ରଶ୍ନ କରାଗଲା କରୀନାଙ୍କ ଉତ୍ତର କିଛି ଅଲଗା ଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ବିତାଇ ସାରିଥିବା କରୀନାଙ୍କ ଅନୁଯାୟୀ ତାଙ୍କୁ ନିଜ କ୍ୟାରିୟର ଆଉ ଟିକେ ବିଳମ୍ବରେ ଆରମ୍ଭ କରିବାର ଥିଲା।

କରୀନାଙ୍କ ଅନୁଯାୟୀ  ପ୍ରଥମେ ତାଙ୍କୁ ନିଜ ପାଠପଢ଼ା ପୂରା କରିବା ଆବଶ୍ୟକ ଥିଲା। ତେବେ ତୈମୁରଙ୍କ ଫିଲ୍ମି କ୍ୟାରିୟରକୁ ନେଇ କରୀନା କହିଛନ୍ତି ଯେ, ସେ ତୈମୁରଙ୍କୁ ଭବିଷ୍ୟତରେ ସବୁବେଳେ ନିଜ ପାଠପଢ଼ା ପୂରା କରିବାକୁ ଉପଦେଶ ଦେବେ। ତେବେ କରୀନାଙ୍କର ଏଭଳି ମନ୍ତବ୍ୟରୁ ଜଣାପଡ଼ୁଛି ଯେ ତୈମୁର ନିଜ ପାଠପଢ଼ା ସରିବା ପରେ ହିଁ ବଲିଉଡ୍‌ରେ ପାଦ ଥାପିବେ।

ତୈମୁର୍‌ ଏବେଠୁ ଫଟୋଗ୍ରାଫରଙ୍କ ଭିତରେ  ଅନେକ ପପୁଲାର ହୋଇଗଲେଣି। ଏବେ କରୀନା ସୈଫ୍ ଓ ତୈମୁର କେପ୍ଟ ଟାଉନ୍‌ରେ  ନିଜର ହଲିଡେ ଏନ୍‌ଜୟ କରୁଛନ୍ତି। ତିନିଜଣଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 



from Odisha Reporter http://bit.ly/2AedIbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages