ସାବଧାନ୍! ଅତ୍ୟଧିକ ଚିନି ସେବନ ହୋଇପାରେ ପ୍ରାଣଘାତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ସାବଧାନ୍! ଅତ୍ୟଧିକ ଚିନି ସେବନ ହୋଇପାରେ ପ୍ରାଣଘାତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିନି ପାଟିକୁ ଯେତିକି ମିଠା, ଶରୀର ପାଇଁ ସେତିକି ପିତା। ଅର୍ଥାତ୍‌ ଚିନି ମାତ୍ରାଧିକ ଖାଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ଏପରିକି ଅତ୍ୟଧିକ ମାତ୍ରାରେ ଚିନି ଖାଇବା ଦ୍ୱାରା ଶରୀରର ଅନେକ ଅଙ୍ଗ ଅଚଳ ହୋଇଯିବାର ମଧ୍ୟ ଆଶଙ୍କା ରହିଛି। ଗୋଟେ ଦିନରେ ସମୁଦାୟ ଦୁଇ ଚାମଚ(ଛୋଟ) ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ମାତ୍ରା ଏହାଠାରୁ ଅଧିକ ହେଲେ, ଏହା ଶରୀରର କ୍ଷତି କରିଥାଏ। ଚିନିଯୁକ୍ତ ପାନୀୟ  ଏବଂ ଜଙ୍କ୍‌ ଫୁଡ୍‌ର ମଧ୍ୟ ମାତ୍ରାଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଆସନ୍ତୁ ଜାଣିବା ଚିନି ଶରୀର ପାଇଁ କେମିତି କ୍ଷତିକାରକ।

୧. ପ୍ରଥମତଃ ମାତ୍ରାଧିକ ଚିନି ଖାଇବା ଦ୍ୱାରା ଏହା ଶରୀରକୁ ମୋଟା କରାଏ।

୨. ଚିନି ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କରୁଥିବାରୁ ଏହି କାରଣରୁ ଦୃଦ୍‌ରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ।

୩. ପାରାଲିସିସ୍‌ ଆକ୍ରାନ୍ତ ହେବା ପଛରେ  ଚିନି ଏକ ପ୍ରମୁଖ କାରଣ ହୋଇଥାଏ।

୪. ମାତ୍ରାଧିକ ଚିନି ସେବନ ଶରୀରର ହଜମ ଶକ୍ତିକୁ ପ୍ରଭାବିତ କରିଥାଏ।

୫. ଚିନି ଶରୀରରେ ରକ୍ତଚାପକୁ ମଧ୍ୟ ବଢ଼ାଇଥାଏ। ଫଳରେ ଅଧିକାଂଶ ସମୟରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥାଏ।

୬. ଚିନି ଶରୀରରେ କ୍ୟାନ୍‌ସର୍‌ କୋଶିକା ଜାଗ୍ରତ କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ, ଏହା ବ୍ରେନ୍‌ ଟ୍ୟୁମର୍‌ ପାଇଁ ମଧ୍ୟ ଦାୟୀ।

୭. ଆବଶ୍ୟକତାଠୁ ଅଧିକ ଚିନି ଖାଇବା ଦ୍ୱାରା ଦାନ୍ତରେ ଭିଭିନ୍ନ ରୋଗ ଦେଖାଦେବା ସହ ମାଢ଼ିଜନିତ ସମସ୍ୟା ଦେଖାଦେଇଥାଏ।



from Odisha Reporter https://ift.tt/2Q6Go0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages