ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍‌ ‘ଆଫ୍‌ଗାନୀ ଚିକେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍‌ ‘ଆଫ୍‌ଗାନୀ ଚିକେନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବେ। ତେବେ ଶୀତ ଦିନେ ଘରେ ଢାବା ଷ୍ଟାଇଲ୍ ‘ଆଫ୍‌ଗାନୀ ଚିକେନ୍‌’ କିପରି ପ୍ରସ୍ତୁତ କରିବେ, ସେ ନେଇ ଆଜି ଆମେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍‌ କରି କିଛି ସମୟ ରଖିଦିଅନ୍ତୁ। ତା’ପରେ ପ୍ୟାନ୍‌ରେ ତେଲ ଗରମ କରି ତେଜ ପତ୍ର, ଲବଙ୍ଗ, ଡାଳଚିନି ଓ ଗୁଜରାତି ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ହାଲକା ଲାଲ୍ ହେବା ଯାଏ ଭାଜନ୍ତୁ। ପିଆଜ ରଙ୍ଗ ହୋଇ ଆସିଲେ, ଏଥିରୁ କିଛି କାଢ଼ି ରଖନ୍ତୁ ଓ କଡେଇରେ ବଳକା ପିଆଜରେ ଅଦା-ରସୁଣ ପେଷ୍ଟ ପକାଇ ଏହାକୁ କଷନ୍ତୁ। ବର୍ତ୍ତମାନ କାଢ଼ି ରଖିଥିବା ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ପକାନ୍ତୁ। ପରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ କିଛି ସମୟ କଷନ୍ତୁ। ଏବେ ଏଥିରେ ଚିକେନ୍‌ ପକାଇ ଦିଅନ୍ତୁ। ଚିକେନ୍‌ ଅଧା ସିଝିଗଲେ, ଏଥିରେ କାଜୁ ପେଷ୍ଟ, ଲୁଣ ଓ ଗରମ ମସଲା ଗୁଣ୍ଡ ପକାଇ ଚିକେନ୍‌ ଭଲ ଭାବେ ସିଝିବା ଯାଏ କଷନ୍ତୁ। ଚିକେନ୍‌ ସମ୍ପୁର୍ଣ୍ଣ ସିଝିଗଲେ, ଚୁଲି ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଆଫଗାନୀ ଚିକେନ୍‌। ଏହାକୁ ପ୍ଲେଟ୍‌ରେ କାଢ଼ି ନାନ୍‌, ରୁଟି କିମ୍ବା ପରଟା ସହ ଗରମା ଗରମ ପରଷନ୍ତୁ।



from Odisha Reporter https://ift.tt/2QwbeyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages