
ନୂଆଦିଲ୍ଲୀ: ଭାରତକୁ ଦୀର୍ଘ ୨୮ ବର୍ଷରେ ବିଶ୍ୱ ବିଜେତା କରାଇଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ବଡ଼ ବୟାନ ଦେଇଛନ୍ତି। କପିଲ ଦେବ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଭାରତରେ ଯେତେ ଜଣ କ୍ରିକେଟର ଜନ୍ମ ନେଇଛନ୍ତି, ସେମାନଙ୍କ ମଧ୍ୟରେ ଧୋନି ହେଉଛନ୍ତି ସବୁଠାରୁ ମହାନ। ତାଙ୍କ ଭଳି କ୍ରିକେଟର ଆଜି ଯାଏ ଭାରତକୁ ପ୍ରତିନିଧିତ୍ୱ କରିନାହାନ୍ତି।
ଧୋନିଙ୍କ ସମ୍ପର୍କରେ ମତଦେଇ କପିଲ ଦେବ କହିଛନ୍ତି, “ ଧୋନିଙ୍କ ଭଳି କ୍ରିକେଟର ବୋଧେ କେହି ଦେଖି ନଥିବେ। ସେ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳିବା ପରେ ତୁରନ୍ତ ଅବସର ଘୋଷଣା କରିଥିଲେ। ଏହା ପଛର କାରଣ ଥିଲା ଯୁବ ଖେଳାଳିଙ୍କୁ ସୁଯୋଗ ଦେବା। ସେ ଦେଶ ପାଇଁ ଏମିତି କରିଥିବାରୁ ତାଙ୍କୁ ସଲାମ କରିବା କଥା।”
ଧୋନି ୨୦୧୪ରେ ଟେଷ୍ଟରୁ ଅବସର ନେଇଥିଲେ। ଏହାପରେ ୨୦୧୭ରେ ଧୋନି ଅପ୍ରତ୍ୟାଶିତ ଭାବେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ି ଦେଇଥିଲେ।
ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କପିଲ ଦେବ କୌଣସି ଟିପ୍ସ ଦେଉଛନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ ମୁଁ କୌଣସି ଖେଳାଳିଙ୍କ ପାଖକୁ ଯାଏ ନାହିଁ। ଯେଉଁ ପର୍ଯ୍ୟନ୍ତ ଖେଳାଳିମାନେ ସହଯୋଗ ଲୋଡ଼ି ନାହାନ୍ତି, ସେ ପର୍ଯ୍ୟନ୍ତ କାହାକୁ ପରାମର୍ଶ ଦେବା ଠିକ୍ ନୁହେଁ।
ଯେତେବେଳେ ଜଣେ ଦେଶ ପାଇଁ ଖେଳୁଛି, ସିଏ ତା’ର ଗୁରୁତ୍ୱକୁ ବୁଝିବା ଦରକାର। ସମସ୍ତ ପୂର୍ବତନ ଖେଳାଳି ବର୍ତ୍ତମାନର କ୍ରିକେଟରଙ୍କୁ ସହଯୋଗ କରିବାକୁ ଚାହୁଁଛୁ। କିନ୍ତୁ ଏଥିପାଇଁ ଖେଳାଳିମାନେ ଆମକୁ ଡାକିବା ଦରକାର। ଏଥିରେ କେହି ବି ମନା କରିବେ ନାହିଁ। ହେଲେ ଜୋର ଜବରଦସ୍ତ ଖେଳାଳିଙ୍କ ଡ୍ରେସିଂ ରୁମ୍କୁ ଯିବା ଠିକ୍ ନୁହେଁ। ”
from Odisha Reporter https://ift.tt/2LnTpg4
No comments:
Post a Comment