ଗଣେଶ ପୂଜା ଦିନ ହେଡ୍‌ ସାର୍ ଦୁଷ୍କର୍ମ କରିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଗଣେଶ ପୂଜା ଦିନ ହେଡ୍‌ ସାର୍ ଦୁଷ୍କର୍ମ କରିଥିବା ଅଭିଯୋଗ

headmaster

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଜଣେ ନବମ ଶେଣ୍ରୀ ଛାତ୍ରୀଙ୍କୁ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ସିରିମସ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡ଼ିତା ଜଣଙ୍କ ଭୟରେ କାହାକୁ ଏ ବିଷୟରେ କହି ନଥିଲେ। ଏ ବିଷୟରେ କାହାକୁ କହିଲେ, ସେ ମାଟ୍ରିକ୍‌ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ପ୍ରଧାନ ଶିକ୍ଷକ ତାଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ପୀଡ଼ିତା ଜିଲ୍ଲାପାଳଙ୍କ ଠାରେ ଫେରାଦ ହେବା ପରେ ଘଟଣା ପଦାକୁ ଆସିଥିଲା। ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ତେବେ ସେ ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଯାଇ ପାରିନି।



from Odisha Reporter https://ift.tt/2BrHucK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages