୨୦୧୫ ପରେ ପ୍ରଥମ ଥର ରୋହିତ ଖେଳିଲେ ଏମିତି ଇନିଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

୨୦୧୫ ପରେ ପ୍ରଥମ ଥର ରୋହିତ ଖେଳିଲେ ଏମିତି ଇନିଂସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ୨୦୧୫ ପରେ ରୋହିତ ଶର୍ମା ପ୍ରଥମଥର ଏସିଆ ବାହାରେ ଅନୁଷ୍ଠିତ କୌଣସି ଟେଷ୍ଟ ମ୍ୟାଚ୍‌ରେ ଏଭଳି ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

୨୦୧୫ ଜାନୁଆରୀରେ ସିଡନୀଠାରେ ଅନୁଷ୍ଠିତ ଟେଷ୍ଟରେ ରୋହିତ ଶର୍ମା ଶେଷଥର ପାଇଁ ପ୍ରଥମ ଇନିଂସରେ ୫୩ ଏବଂ ଦ୍ୱିତୀୟ ଇନିଂସରେ ୩୯ ରନ୍‌ର ଇନିଂସ ଖେଳିଥିଲେ। ଏହାପରେ ସେ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ରେ ୨ଟି ଓ ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ୨ଟି ଟେଷ୍ଟ ଖେଳିଥିଲେ। ସେହିପରି ୨୦୧୮ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦୁଇଟି ଟେଷ୍ଟ ଖେଳିଛନ୍ତି।

ହେଲେ କୌଣସି ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ରୋହିତ ଦୁଇଥର ୪୦ ରନ୍‌ କରିଥିଲେ ହେଁ ୫୦ ଅଙ୍କ ଛୁଇଁ ପାରି ନଥିଲେ। ରୋହିତଙ୍କ ଏଭଳି ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାରମ୍ବାର ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା।

ଅନ୍ୟପକ୍ଷରେ ରୋହିତ ଶର୍ମା ଉଭୟ ଦିନିକିଆ ଏବଂ ଟି-୨୦ରେ ନିଜର ଦବଦବା ପ୍ରଦର୍ଶନ ଜାରି ରଖିଛନ୍ତି। ଏହି କାରଣ ପାଇଁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚୟନ କରାଯାଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ରୋହିତ ଖେଳିଥିଲେ ହେଁ ମାତ୍ର ୩୭ ରନ୍‌ କରିପାରି ଥିଲେ। ପର୍ଥ ଟେଷ୍ଟରେ ଆହତ ଥିବା ଯୋଗୁ ତାଙ୍କୁ ବାଦ ଦିଆଯାଇଥିଲା। ତେବେ ମେଲବର୍ଣ୍ଣ ଟେଷ୍ଟରେ ରୋହିତଙ୍କୁ ସୁଯୋଗ ମିଳିଥିଲା। ସେ ଏହାର ଭରପୂର ଫାଇଦା ମଧ୍ୟ ଉଠାଇ ୬୨ ରନର ଅପରାଜିତ ଇନିଂସ ଖେଳିଛନ୍ତି।



from Odisha Reporter http://bit.ly/2QUzYkU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages